ବନ୍ୟା ପ୍ରଭାବିତ ହିମାଚଳ, ପଞ୍ଜାବରେ କ୍ଷୟକ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

PM reviews damage in flood-hit Himachal, Punjab

0 27

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉଭୟ ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରି ବନ୍ୟା ଜନିତ କ୍ଷୟକ୍ଷତି ଆକଳନ କରିବା ସହ ଉଭୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଜନିତ ବର୍ଷାରେ ପ୍ରକୃତିର ତାଣ୍ଡବ ଦେଖିଥିବା ଏହି ଦୁଇ ରାଜ୍ୟ ପାଇଁ ପିଏମ୍ ମୋଦି ମୋଟ୍‌ ୩୧୦୦ କୋଟିର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ପିଏମ୍ ମୋଦି ପ୍ରଥମେ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ହେଲିକପ୍ଟର ଯୋଗେ ବନ୍ୟାପ୍ରପିଡିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହାପରେ କାଙ୍ଗ୍ରାରେ ରାଜ୍ୟ ଅଧିକାରୀମାନଙ୍କ ସହ ରିଲିଫ୍ ପରିଚାଳନା ଓ କ୍ଷୟକ୍ଷତିକୁ ନେଇ ଏକ ସମୀକ୍ଷା ବୌଠକ କରିଥିଲେ । ଏହାସହ ସେ ବନ୍ୟାରେ କ୍ଷତିଗସ୍ତ ପରିବାର ସହସ୍ୟଙ୍କୁ ଭେଟିବା ସହ ଏନଡିଆରଏଫ, ଏସଡିଆରଏଫ ଓ ଆପଦ ମିତ୍ରଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, ବାଦଲଫଟା ବୃଷ୍ଟିପାତ ଓ ଫ୍ଲାସ ଫ୍ଲୋଡ ଯୋଗୁଁ ହିମାଚଳ ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ଆନୁମାନିକ ୪୧୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଛି । ଗତ ଜୁନ ୨୦ ତାରିଖରୁ ସେପ୍ଟେମ୍ୱର ୮ ତାରିଖ ମଧ୍ୟରେ ହୋଇଥିବା ସମସ୍ତ କ୍ଷୟକ୍ଷତି ଆକଳନରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ବିଭିନ୍ନ କାରଣ ଯୋଗୁଁ ମୋଟ୍ ୩୭୦ ଜଣଙ୍କ ଜୀବନ ଯାଇଛି । ଏହାସହ ୪୧ ଜଣ ଏଯାଏ ନିଖୋଜ ରହିଥିବା ସହ ୬୩୦୦ରୁ ଅଧିକ ଘର, ୪୬୧ଟି ଦୋକାନ ଓ କାରଖାନା ଏହି ଦୁର୍ବିପାକରେ ପ୍ରଭାବିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ କେବଳ ହିମାଚଳ ପ୍ରଦେଶରେ ୧୩୬ଟି ଭୂସ୍ଖଳନ, ୯୫ଟି ଫ୍ଲାସ ଫ୍ଲୋଡ ଓ ୪୫ଟି ବାଦଲଫଟା ବୃଷ୍ଟିପାତ ହେବା ନେଇ ତଥ୍ୟ ରେକର୍ଡ କରାଯାଇଛି । ସମୀକ୍ଷା ବୈଠକରେ ଯୋଗ ଦେବା ପରେ ପିଏମ୍ ମୋଦି ହିମାଚଳ ପ୍ରଦେଶ ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଏହାସହ ରାଜ୍ୟରେ ହେବାକୁଥିବା ସମସ୍ତ ପୁନରୁଦ୍ଧାର କାର୍ଯ୍ୟକ୍ରମରେ କେନ୍ଦ୍ର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛନ୍ତି । ଏହାସହ ପାର୍କୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ଘୋଷଣା କରାଯାଇଛି । ସେହିଭଳି ପିଏମ୍ ମୋଦି ସମାନ ଢଙ୍ଗରେ ପ୍ରକୃତିର ତାଡନାରେ ଯୁଝୁଥିବା ପଞ୍ଜାବ ଗସ୍ତ କରି ୧୬୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଆକାଶମାର୍ଗ ଯୋଗେ ପଞ୍ଜାବର ବନ୍ୟା ପୀଡିତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ଚାଷୀମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଚାଷୀମାନଙ୍କ ସହ କଥା ହେଉଥିବା ସମୟରେ ପିଏମ୍ ମୋଦି କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ । ପଞ୍ଜାବ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ସମସ୍ତ ସହୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ପ୍ରଦାନ କରିବା ସହ ବନ୍ୟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବା ନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.