ବିଶ୍ୱକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା-ବାଂଲାଦେଶ

0 209

ନୂଆଦିଲ୍ଲୀ, ୩ା୧୧: ଶେଷ ପର୍ଯ୍ୟାୟରେ ୨୦୨୩ ବିଶ୍ୱକପ । ଆଗାମୀ ମ୍ୟାଚ
ଦିଲ୍ଲୀରେ ହେବାକୁ ଯାଉଛି । ହେଲେ ଦିଲ୍ଲୀ ମ୍ୟାଚରେ ମାସ୍କ ପିନ୍ଧି ଖେଳିବେ
ଖେଳାଳୀ । ଏହାର କାରଣ ହେଉଛି ଦିଲ୍ଲୀ ପ୍ରଦୂଷଣ । ଆସନ୍ତା କିଛି ଦିନ
ମଧ୍ୟରେ ସ୍ଥିତି ସୁଧାରିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବଡ ପ୍ରଶ୍ନ ଯେ
ଏଭଳି ପାଗରେ କେମିତି ମ୍ୟାଚ ଖେଳାଯିବ । ଆଗାମୀ ନଭେମ୍ବର ୬ରେ
ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ
ମ୍ୟାଚ ଖେଳାଯିବ । ସେପଟେ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ପାଇଁ ମ୍ୟାଚକୁ
ନେଇ ସସପେନ୍ସ ଜାରି ରହିଛି । ପାଣିପାଗ ବିଭାଗ ଅନୁସାରେ ଆଗାମୀ କିଛି
ଦିନ ମଧ୍ୟରେ ସ୍ଥିତି ଏହିଭଳି ରହିବ । ଏପରି ସ୍ଥିତିରେ ଲୋକଙ୍କୁ ୨୦୧୭
ମ୍ୟାଚ ମନେ ପଡୁଛି । ୨୦୧୭ରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇଥିଲେ ଭାରତ
ଓ ଶ୍ରୀଲଙ୍କା ଟିମ । ସେହିଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୫୧ ଥିଲା ଯାହାକି
ବିପଦଜନକ ଥିଲା । ଏବେ ପୁଣି ଥରେ ବିଶ୍ୱକପ ମ୍ୟାଚରେ ମାସ୍କ ପିନ୍ଧି ଖେଳିବା
ସ୍ଥିତି ଉପୁଜିଛି । ମ୍ୟାଚ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ପ୍ରୟାସ
ଜାରି ରହିଛି । ଷ୍ଟାଡିୟମ ଆଖପାଖରେ କଟକଣା ଲାଗୁ ହୋଇଛି । ଧୂଳିରୁ
ମୁକ୍ତି ପାଇଁ ରାସ୍ତାଘାଟରେ ପାଣି ସୁଞ୍ଚନ ସହ ଡଷ୍ଟ ସପ୍ରେସେଞ୍ଚର ବି ବ୍ୟବହାର
କରାଯାଉଛି । ସେହିପରି ମ୍ୟାଚ ଦେଖିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର
ନ କରି ମେଟ୍ରୋର ବ୍ୟବହାର କରିବା ପାଇଁ କୁହାଯାଇଛି । କିନ୍ତୁ ମ୍ୟାଚକୁ
ନେଇ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଇନାହାନ୍ତି ।

Leave A Reply

Your email address will not be published.