ସୋରଡ଼ା: ଗଞ୍ଜେଇ ଚୋରା ଚାଲାଣ ବୋଲେରୋ ସହ 164 କିଲୋ ଗଞ୍ଜେଇ ଜବତ | ଗତକାଲି ଅର୍ଥାତ ଗୁରୁବାର ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଛା ଛକ ଠାରେ ନାକାବନ୍ଦି କରି ଯାଞ କରୁଥିବା ବେଳେ ଏସ୍ ଆଇ କୈଳାଶ ଚନ୍ଦ୍ର ସାହୁ ଓ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଚାଲୁ ରହିଥିବା ବେଳେ ଜାତୀୟ ରାଜପଥ ୫୯ର ପାଟପଲ୍ଲୀ ଛକ ଠାରେ ଦାରିଙ୍ଗବାଡି ସୋରଡା ବ୍ରହ୍ମପୁର ରାସ୍ତାରେ ଛକ ପୂର୍ବରୁ ପୋଲିସକୁ ଚକମା ଦେଇ ଖସି ଯିବା ନେଇ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ତାର ପିଛା କରି ଧରିବାରେ ସଫଳ ହୋଇଥିଲେ l ସେହି ଗାଡ଼ିରେ ଚାଲାଣକାରୀ କ୍ରିଷ୍ଣା ସାହୁ, ଚିରଞ୍ଜୀବ ନାୟକ, ମୁନା ନାୟକ ଓ ବଳରାମ ନାୟକ ଆଦି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କେଳୁପଡା ସାରଙ୍ଗଡ଼ ଆଦି ଅଞ୍ଚଳର ହୋଇଥବା ସୂଚନା।ଏବଂ ଯାଞ୍ଚ କରି ଜରିଅଖା ମାଧ୍ୟମରେ ନେଇ ଯାଉଥିବା ଯାଞ କରି ଜାଣିଥିଲେ ଓ ପରବର୍ତ୍ତୀ ସମୟରେ ଗଞ୍ଜେଇ ସହ ପିକଅପ ବୋଲେରୋ ଓ ଡ଼ିଯାୟାର ଦୁଇଟି ଗାଡ଼ିରୁ ଓଜନ କରି 164 କିଲୋ ଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷ ପାଖାପାଖି ହେବା ନେଇ ଅନୁମାନ କରାଯାଉଛି।ସୋରଡା ଥାନଧିକାରୀ ସୁନୀଲ କୁମାର ପ୍ରଧାନ ଅଧିକ ତଦନ୍ତ କରି ବୋଲେର ଗାଡ଼ି ମାଧ୍ୟମରେ ନେଇ ଯାଉଥିବା ଗାଡ଼ି ସହ ଗଞ୍ଜେଇକୁ ଜବତ କରିବା ସହିତ ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୀନବନ୍ଧୁ ପିଙ୍ଗୁଆଙ୍କ ଉପସ୍ଥିତିରେ ପରଖି କରିଛନ୍ତି। ସୋରଡ଼ା ଥାନା ଅଧିକାରୀ ଙ୍କ ଏହି ଭଳି କାର୍ଯ୍ୟ ଦେଖି ଚୋରା ଚାଲାଣ କାରିଙ୍କ ମନରେ କୋକେୟା ଭୟ ଖେଳିଗଲାନି l