ବ୍ରହ୍ମପୁର:-ବ୍ରହ୍ମପୁର ରେଳଷ୍ଟେସନ ପ୍ଲାଟଫର୍ମ ୪ ର ଫୁଟ ଓଭାର ବ୍ରିଜ ନିକଟରେ ଦୁଇ ଜଣଙ୍କ ମୃତ୍ୟୁ ଦେହ ଜିଆରପି ପୋଲିସ ଜବତ କରିଥିବା ଜଣା ପଡ଼ିଛି। ଜଣେ ମହିଳା ଏବଂ ଜଣେ ପୁରୁଷ ହୋଇଥିବା ସୂଚନା । ଜନଗହଳିପୂର୍ଣ୍ଣ ବ୍ରହ୍ମପୁର ରେଲୱେ ଷ୍ଟେସନ ରେ ପ୍ରତେକ ଦିନ ଯାତ୍ରୀ ମାନେ ନିଜ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବ୍ୟସ୍ତ ରହିଥିବାବେଳେ । ଭିଡ଼ ଭିତରେ ବ୍ରହ୍ମପୁର ରେଲୱେ ଷ୍ଟେସନ ପରିସରରେ ଅଚେତ ଅବସ୍ଥାରେ ରେ ପଡ଼ି ରହିଥିଲେ ଜଣେ ପୁରୁଷ ଏବଂ ଜଣେ ମହିଳା । ଶନିବାର ଅପରାହ୍ନ ସମୟରେ ଏଭଳି ଦୃଶ୍ୟ ଦେଖିବା ପରେ କିଛି ଯାତ୍ରୀମାନେ ଏହାର ସୂଚନା ଜିଆରପି ଥାନାକୁ ଦେଇଥିଲେ । ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଦେଖିବା ବେଳକୁ ଉଭୟ ମୃତ । ପୁରୁଷଙ୍କ ବୟସ ପ୍ରାୟ ୬୨ ବର୍ଷ ଓ ମହିଳାଙ୍କ ବୟସ ୫୫ ହେବବୋଲି ଅନୁମାନ କରାଯାଉଛି । ପୋଲିସ ତଦନ୍ତରେ ଉଭୟଙ୍କ ବେଗରୁ ବିଷ ପାଉଚ୍ ମିଳିଥିବାରୁ ସେମାନେ ବିଷ ପିଇ ଆତ୍ମହତ୍ୟା କରଥିବାର ସନ୍ଦେହ କରାଯାଉଛି । ତେବେ ଉଭୟଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ମୃତ ଦେହ କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇଛି। ସେମାନଙ୍କ ପରିଚୟ ଖୋଜାଚାଲିଛି। ଯଦି ପରିଚୟ ନମିଳେ ତାହେଲେ ୭୨ ଘଣ୍ଟା ପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଆରପି ଭାରପ୍ରାପ୍ତ ଅଧିକାରୀ ବିକାଶ ପଲେଇ। ପୋଲିସ ଉଭୟଙ୍କ ବ୍ୟାଗ୍ କୁ ଜବତ କରିଥିବାବେଳେ ବ୍ୟାଗ୍ ଭିତରୁ ଏବଂ ମୃତ ଦେହ ପାଖରେ କୀଟନାଶକ ଔଷଧ ପାଉଚ୍ ପଡିରହିଥିବା ବେଳେ ଆତ୍ମହତ୍ୟା କୁ ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିନଥିବାରୁ ଘଟଣାର କାରଣ ଅସ୍ପଷ୍ଟ ରହିଛି ପରିଚୟ ମିଳିବାପରେ ଘଟଣାର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଆଇଆଇସି କହିଛନ୍ତି । ଅନ୍ୟପକ୍ଷରେ କେହି ନିଶା ଦ୍ରବ୍ୟ ଦେଇ ଉଭୟଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦୃଷ୍ଟିକୋଣରୁ ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଆହୁରି ଅଧିକ ତଦନ୍ତ ଜାରି ରଖିଛି।