“ବ୍ୟାଟେଲ ଅଫ ଗଲୱାନ୍’ ପ୍ରଥମ ଲୁକ୍ ଦେଖି ଦର୍ଶକ ଉତ୍ସାହିତ

Audience excited after seeing the first look of 'Battle of Galwan'

0 40

ମୁମ୍ବାଇ, ୬ା୭ : ସାମ୍ନାକୁ ଆସିଲା ସଲମାନଙ୍କ ଭୟଙ୍କର ଚେହେରା । ଭାଇଜାନ୍ଙ୍କ ଆଗାମୀ ଚଳଚ୍ଚିତ୍ର “ବ୍ୟାଟେଲ ଅଫ ଗଲୱାନ୍’ର ମୋଶନ ପୋଷ୍ଟର ରିଲିଜ ହୋଇଛି । ସଲମାନ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି । ପୋଷ୍ଟରରେ ସେ ଏକ ନୂଆ ଚେହେରାରେ ନଜର ଆସୁଛନ୍ତି । ସଲମାନଙ୍କ ଚେହେରା ରକ୍ତ ଜୁଡୁବୁଡୁ ଓ କ୍ରୋଧିତ ଥିବା ଭଳି ଜଣାପଡୁଛି । ସେ ଏକ ବନ୍ଧା ହୋଇଥିବା କଣ୍ଟା ତାରକୁ କାନ୍ଧରେ ଧରିଛନ୍ତି । ପଛପଟେ ବରଫରେ ଆଛାଦିତ ଏକ ପର୍ବତ ରହିଛି । ସିନେମାଟି ଗଲୱାନ ଭ୍ୟାଲିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ, ଯେଉଁଥିରେ କି ଗୋଟିଏ ବି ଗୁଳି ନ ଚଳାଇ ଲଢେଇ ହୋଇଥିଲା । ଯବାନମାନେ ଲାଠି, ପଥର ଓ ହାତରେ ଲଢ଼ିଥିଲେ । ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ହିମେଶ ରେଶମିଆ । ବଲିଉଡ଼ରେ ଯୁଦ୍ଧକୁ ନେଇ ଅନେକ ସିନେମା ହୋଇଛି । ୧୯୯୭ରେ ରିଲିଜ ହୋଇଥିଲା “ବର୍ଡର’ ସିନେମା, ଯାହା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ । ୨୦୦୩ରେ ଜେ.ପି ଦତ୍ତଙ୍କ ନିର୍ଦ୍ଦେଶିତ ସିନେମା “ଏଲଓସି କାରଗିଲ’ ହେଉଛି କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ସୈନିକଙ୍କ ପ୍ରତି ଏକ ବିଶାଳ ଶ୍ରଦ୍ଧାଞ୍ଜଳି । ଏହି ଚଳଚ୍ଚିତ୍ରଟି ୧୯୯୯ ମସିହା କାରଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ସାହସ ଓ ପରାକ୍ରମ ଉପରେ ଆଧାରିତ । ୨୦୧୯ରେ ରିଲିଜ ହୋଇଥିଲା “ଉରି-ଦି ସର୍ଜିକାଲ ଷ୍ଟ୍ରାଇକ’, ଯାହା ୨୦୧୬ ମସିହାରେ କାଶ୍ମୀରର ଉରିରେ ଥିବା ସେନା ବେଶ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ । ଏହାପରେ ଭାରତ ପାକିସ୍ତାନଠାରୁ ପ୍ରତିଶୋଧ ନେଇଥିଲା । ଭାରତର ସାହସୀ ସୈନିକମାନେ ପାକିସ୍ତାନରେ ପଶି ଏକ ଗୁପ୍ତ ଅପରେସନ କରିଥିଲେ, ଯାହା ସଫଳ ହୋଇଥିଲା । “ବ୍ୟାଟେଲ ଅଫ ଗଲୱାନ’ରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ଚିତ୍ରାଙ୍ଗଦା ସିଂହ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.