ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ: ପ୍ରକ୍ରିୟା ଆରମ୍ଭ କଲେ ଇସିଆଇ

Election for the post of Vice President of India: ECI begins process

0 72

ନୂଆଦିଲ୍ଲୀ, ୨୩ା୭ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୨ ଜୁଲାଇ, ୨୦୨୫ରେ ଏହାର ଗେଜେଟ୍ ବିଜ୍ଞପ୍ତି ଏସ୍ଓ୩୩୫୪ (ଇ)ରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଜାରି କରାଯାଇଛି । ଧାରା ୩୨୪ ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଅଧିକାର ପ୍ରାପ୍ତ ଅଟନ୍ତି । ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ଏବଂ ଏହା ଅଧୀନରେ ପ୍ରଣୀତ ନିୟମ, ଅର୍ଥାତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ନିୟମ, ୧୯୭୪ ଦ୍ୱାରା ପରିଚାଳିତ ହୁଏ । ତେଣୁ, ଭାରତର ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ, ୨୦୨୫ ସମ୍ବନ୍ଧୀୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହେବା ପରେ, ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସୂଚୀ ସମ୍ପର୍କରେ ଯଥାଶୀଘ୍ର ଘୋଷଣା କରାଯିବ । ଘୋଷଣା ପୂର୍ବର କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଛି, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି (କ) ରାଜ୍ୟ ସଭା ଏବଂ ଲୋକସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜର ପ୍ରସ୍ତୁତି (ଖ) ରିଟର୍ଣ୍ଣିଂ ଅଧିକାରୀ / ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କର ଚୂଡ଼ାନ୍ତକରଣ (ଗ) ଏବଂ ପୂର୍ବ ସମସ୍ତ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଆବଶ୍ୟକ ହୋଇଥିବା ସାମଗ୍ରୀର ପ୍ରସ୍ତୁତି ଏବଂ ପ୍ରସାରଣ ।

Leave A Reply

Your email address will not be published.