ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

0 109

ଛତ୍ରପୁର :  ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବୁଧବାର ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଛତ୍ରପୁର ବ୍ୟାଙ୍କ୍ କଲୋନୀ ଘରରୁ ଅଫିସ ଯାଉଥିବା ସମୟରେ ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ବ୍ରହ୍ମପୁର  ଭିଜିଲାନ୍ସ ଟିମ୍  ଚଢ଼ାଉ କରି ତାଙ୍କ ଗାଡ଼ିରୁ ୩ ଲକ୍ଷ ଜବତ କରିଥିବାର ସୂଚନା ମିଳିଛି।  ୩ଦିନ ଧରି  ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ନଜର ରଖି ଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଏବଂ ତାଙ୍କ ଗାଡିରୁ ୫୦୦ ଟଙ୍କା ୬ ବେଣ୍ଡେଲ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ଆଶୀର୍ବାଦ ଆପାର୍ଟମେଣ୍ଟ ର  ଭଡ଼ା ଘରେ ପହଞ୍ଚି  ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । ନଗଦ ୩ ଲକ୍ଷ ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ କାହିଁକି ରଖାଯାଇଥିଲା ନା ଟଙ୍କା ସେ କାହା ପାଖରୁ ନେଇଥିଲେ ତାହା ଅସ୍ପଷ୍ଟ  ।ତେବେ ଭିଜିଲାନ୍ସ ଟିମ୍ ୩ ଲକ୍ଷ୍ୟ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ କରୁଥିବାର ଜଣାପଡିଛି ।

Leave A Reply

Your email address will not be published.