ଭିନ୍ନସ୍ୱର ଖବରକାଗଜର ଲୋକାର୍ପଣ ଉତ୍ସବ

0 36

ଭୁବନେଶ୍ୱର, : ଭିନ୍ନସ୍ୱର, ଏକ ନୂତନ ଖବରକାଗଜ, ଯାହା ସାଧାରଣ ଜନତାଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିବା ସହ ନିର୍ଭିଲ, ନିରପେକ୍ଷ ଏବଂ ସମୟୋପଯୋଗୀ ସୂଚନା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଭୁବନେଶ୍ୱରର ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଲୋକାର୍ପିତ ହୋଇଛି ।ଏହି ଉତ୍ସବରେ ରାଜ୍ୟର ପୂର୍ବତନ ମୁଖ୍ୟ ସାଶନ ସଚିବ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ, ଗିରିଜା ଶଙ୍କର ଦାଶ ଏବଂ ରମେଶ ମହାନ୍ତି ଯୋଗଦାନ କରି ଭିନ୍ନସ୍ୱର ଖବରକାଗଜକୁ ଓଡ଼ିଶାବାସୀଙ୍କ ପାଇଁ ଲୋକାର୍ପଣ କରିବା ସହ ରାଜ୍ୟର ବିକାଶରେ ଗଣମାଧ୍ୟମର ସ୍ଥିତାବସ୍ଥା ଏବଂ ଭିନ୍ନସ୍ୱର କେଉଁ ଆଭିମୁଖ୍ୟ ରଖି ଲୋକଙ୍କ ସ୍ୱର ହୋଇ ବିଶ୍ୱାସ ଭାଜନ ହେବାନେଇ ଅଭିଭାଷଣ ରଖି ମୁଖ୍ୟ ସମ୍ପାଦକ ଏବଂ ଭିନ୍ନସ୍ୱର ପରିବାରର ମନବଳକୁ ବଢ଼ାଇ କାର୍ଯ୍ୟକ୍ରମକୁ ଗୌରବମୟ କରିଥିଲେ । ଭିନ୍ନସ୍ୱରର ସମ୍ପାଦକ ସୁଶାନ୍ତ ମହାକୁଡ଼ କାର୍ଯ୍ୟକ୍ରମରେ ଏହି ଖବରକାଗଜର ଲକ୍ଷ୍ୟ ଓ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରି କହିଥିଲେ । ଆମେ ସାଧାରଣ ଜନତାଙ୍କ ସମସ୍ୟା, ସଫଳତା ଓ ସ୍ୱପ୍ନକୁ ଏକ ମଞ୍ଚ ପ୍ରଦାନ କରିବା ସହ ଏକ ସତ୍ୟବାଦୀ ଓ ସମୃଦ୍ଧ ସମାଜ ଗଠନ କରିବା ଭିନ୍ନସ୍ୱରର ଲକ୍ଷ୍ୟ ବୋଲି ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବୈଦ୍ୟୁତିକ, ଖବରକାଗଜ ଓ ଡିଜିଟାଲ ମିଡ଼ିଆର ସାମ୍ବାଦିକ ଓ ଛବିଗ୍ରାହୀମାନେ ଉପସ୍ଥିତ ଥିଲେ, ଯାହା ଏହି କାର୍ଯ୍ୟକ୍ରମକୁ ଆହୁରିବ୍ୟାପକ ଓ ସଫଳ କରିଥିଲା । ଏହା ସହିତ, ଯୁବ ସାମ୍ବାଦିକମାନଙ୍କର ପ୍ରେରଣାଦାୟୀ ଅଭିଭାଷଣ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲା ।

Leave A Reply

Your email address will not be published.