କୋରାପୁଟ, ୪ା୬ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ମେଡିକାଲ କଲେଜରେ ଚିକିତ୍ସା କମ ରୋଗୀ ମୃତ୍ୟୁହାର ଅଧିକ । ଯାହାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଉପରେ ରୋଗୀଙ୍କ ଭରଷା ପାଉନାହିଁ । କୋରାପୁଟ ଜିଲ୍ଲାରେ ରହିଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲକୁ ନେଇ ଆସିଛି ବଡ଼ ଅଭିଯୋଗ । ମେଡିକାଲରେ ଠିକ ସେ ରୋଗୀଙ୍କୁ ଚିକିତ୍ସା ମିଳୁନାହିଁ । ଏହି ମେଡିକାଲ ଉପରେ ଅଭିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଛତିଶଗଡର ରୋଗୀ ନିର୍ଭର କରି ଆସୁଛନ୍ତି । ଏହି ମେଡିକାଲରେ ବର୍ଷ ତମାମ ସମସ୍ୟା ଦେଖା ଦେଉଛି । କେତେବେଳେ ଡାକ୍ତରଙ୍କ ଅବହେଳା ତ ଆଉ କେତେବେଳେ ନର୍ସଙ୍କ ଆଉ କେତେବେଳେ ମେଡିକାଲରେ ମୂଷାଙ୍କ ଉତ୍ପାତ । ସବୁ ଭିତରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁ ୬ଜଣା ରୋଗୀଙ୍କ ଜୀବନ ଚାଲି ଯାଇଛି । ଗତ ମଙ୍ଗଳବାର ରାତି ପ୍ରାୟ ୧୧ ପାଖାପାଖି ହେବ ନର୍ସ ରୋଗୀମାନଙ୍କୁ ଇଞ୍ଜେକ୍ସନ ଦେବା ପରେ ରୋଗୀମାନେ ଗୋଟେ ପରେ ଗୋଟେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିଲେ । ୧୫ ମିନିଟ ଭିତରେ ପ୍ରାୟ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭୋର ସମୟରେ ଆଉ ଜଣଙ୍କ ଜୀବନ ଯାଇଛି । ସର୍ଜରୀ ଆଇସିୟୁରେ ୪ ଓ ବେଡ଼ରେ ୨ ଜଣଙ୍କ ଜୀବନ ଯାଇଛି । ଜଣଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା । ତା’ସହିତ ରୋଗୀଙ୍କ ସମ୍ପର୍କୀୟମାନଙ୍କ କାନ୍ଦ ବୋବାଳିରେ ମେଡିକାଲ ପରିସର ଫାଟି ପଡିଥିଲା । ମେଡିକାଲରେ ୬ଜଣଙ୍କ ଜୀବନ ଯାଇଥିବା ବେଳେ ମେଡିକାଲ କତ୍ତୃପକ୍ଷଙ୍କ ତରଫରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା କଥା କୁହାଯାଉଛି । ସତ ଲୁଚାଇବା ପାଇଁ ମେଡିକାଲ ତରଫରୁ ପ୍ରୟାସ କରାଯାଉଛି । ୬ ଜଣଙ୍କ ମୃତ୍ୟୁ ଘଟିବା ପରେ କତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ରଖି ନଥିଲେ । ବହୁ ସମାଲୋଚନା ହେବା ପରେ ଦୀର୍ଘ ୧୨ ଘଣ୍ଟା ପରେ ମେଡିକାଲ କତ୍ତୃପକ୍ଷ ନିଜର ପ୍ରତିକ୍ରିୟା ରଖିଥିଲେ । ଆଉ କହିଛନ୍ତି ଏ ନେଇ ଏକ କମିଟି ଗଠନ କରାଯିବ । କମିଟି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଧିକ୍ଷକ ସୁଶାନ୍ତ କୁମାର ସାହୁ କହିଛନ୍ତି । ସେଇଭଳି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମଧ୍ୟ କମିଟି ଗଠନ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କମିଟି ଗଠନ କରାଯିବ ସେ କମିଟି ସତ ରିପୋର୍ଟ ଦେବ ନା ଆଉ କିଛି ବୋଲି ସନ୍ଦେହ ସୃଷ୍ଟି ହେଉଛି । ଏ ନେଇ ରାଜ୍ୟ ସରକାର ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି । କମିଟିର ତଦନ୍ତ ପରେ ସତ ସାମ୍ନାକୁ ଆସିବ ନା ସତକୁ ଲୁଚାଇବା ପାଇଁ ଅନ୍ୟ କିଛି ପନ୍ଥା ଗ୍ରହଣ କରାଯିବ ବୋଲି ସନ୍ଦେହ ସୃଷ୍ଟି ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଧ୍ୟାନ ଦେବା ସହିତ ସଠିକ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।