ରାୟଗଡ,: ରାୟଗଡା ଜିଲ୍ଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଆଜି ରାୟଗଡା ଜିଲ୍ଲା ପୁରସ୍କୃତ ହୋଇଛି । ଜିଲ୍ଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ ହୋଇଥିବାରୁ ଆଜି ଆନ୍ତର୍ଜାତିକ ମିଲେଟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓଡିଶା ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ପୁରସ୍କାରକୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ମନୋଜ କୁମାର ପ୍ରଧାନ ଗ୍ରହଣ କରିଥିଲେ ଗତ ୨୦୨୧-୨୨ବର୍ଷରେ ୬୯୦୦ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୬୪୩୩.୧୨ହେକ୍ଟର ହାସଲ କରିଥିଲା ଓ ହେକ୍ଟରକୁ ୨୫ କ୍ୱିଣ୍ଟାଲ ଉତ୍ପଦାନ କରାଯାଇଥିଲା । ସେହିପରି ୨୦୨୨-୨୩ ବର୍ଷରେ ୮୪୪୦ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୭୫୨୫. ୧୦ହେକ୍ଟର କରାଯାଇ ଥିଲା ଏବଂ ହେକ୍ଟରକୁ ୨୭ କ୍ୱିଣ୍ଟାଲ ମାଣ୍ଡିଆ
ଉତ୍ପାଦନ କରାଯାଇଥିଲା । ଜିଲ୍ଲାରେ ଗତ ୨୦୨୧-୨୨ ବର୍ଷରେ ୫୩୪୨୮. ୯୬ କ୍ୱିଣ୍ଟାଲ ମାଣ୍ଡିଆ ଆଦାୟ ହୋଇଥିଲା ବେଳେ ୨୦୨୨-୨୩ବର୍ଷରେ ୭୭୩୯୯.୫ କ୍ୱିଣ୍ଟାଲ ମାଣ୍ଡିଆ ଆଦାୟ ହୋଇଥିଲା । ଏହା ସହିତ ଏଥିରେ ଅଣ ମଣ୍ଡିଆ ଚାଷ ମଧ୍ୟ୍ୟ କରାଯାଇଥିଲା । କୃଷି ବିଭାଗ ତରଫରୁ ଗତ ଦୁଇ ବର୍ଷ ମଧ୍ୟରେ ମାଣ୍ଡିଅ । ଚାଷୀ ମାନଙ୍କୁ କୃଷି ଯନ୍ତ୍ରପତି ଯୋଗାଇ ଦିଆ ଯାଇଛି । କୁଳି ଗ୍ରାମରେ ୨ଟନ କ୍ଷମତା ବିଶିଷ୍ଟ ବହୁମୁଖୀ ମିଲେଟ ପ୍ରକ୍ରିୟାକରଣ ୟୁନିଟ ବାସଯାଇଛି । ମାଣ୍ଡିଆ ଜାତୀୟ ଖାଦ୍ୟ ବିଶେଷ ଭାବରେ ଚାହିଦା ବଢାଇବା ନିମନ୍ତେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଗତ ୨୦୨୧- ୨୨ବର୍ଷରେ ଜିଲ୍ଲାର ୧୪ଟି ସ୍ଥାନରେ ଖୋଲାଯାଇଛି । ଚଳିତ ବର୍ଷ ମାଣ୍ଡିଆ ଲଡ଼ୁ ଓ ଖିଚିଡି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଏବଂ ଅନୁସୂଚିତ ଜନଜାତି, ଜାତି ବିଦ୍ୟାଳୟ ମାନଙ୍କରେ ଯୋଗାଇବା ନିମନ୍ତେ ଯୋଜନା କରାଯାଇଛି ।
ମିଲେଟ ମିଶନରେ ଭଲ ପ୍ରଦର୍ଶନ ପାଇଁ ରାୟଗଡ ପୁରସ୍କୃତ
Raigad awarded for good performance in Millet Mission
Prev Post