ମିଲେନୀୟମ କମ୍ୟୁନିକେସନ୍,କେବୁଲ୍ ଟିଭି ସଂସ୍ଥାର ଅଂଶିଦାର ଟଙ୍କା ଠକେଇ,ଥାନା ଦ୍ୱାରସ୍ତ ହେଲେ କେବୁଲ ଅପେରେଟର

0 37

ବ୍ରହ୍ମପୁର,ବ୍ରହ୍ମପୁରର ଏକ ଲୋକାଲ କେବୁଲ ଟିଭି ଚ୍ୟାନେଲ୍‌ ମିଲେନୀୟମ ସଂସ୍ଥା ପ୍ରାୟ ୨୦ ବର୍ଷ ଧରି ଚଳାଇ ଆସୁଥିଲୁ l ୭୨ ଜଣ କେବୁଲ ଅପରେଟର ଙ୍କୁ ନେଇ ମିଲେନିୟମ କମ୍ୟୁନିକେସନ ହୋଇଥିଲା l ପ୍ରାୟ ଟ.୨୭,୨୭,୮୦୦/- ଟଙ୍କା ଦୁଇଟି ବ୍ୟାଙ୍କ ଆକାଉଂଟ ରେ ଜମା ରହିଥିଲା । ଏହି ଟଙ୍କାକୁ ଆମ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ପାଇଁ ସ୍ଥିର ହୋଇଥିଲା ଏବଂ ଚଳିତ ମାସ ୮ ତାରିଖରେ ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଲୁ ବୋଲି କହିଛନ୍ତି ଅଭିଯୋଗକାରୀ l ଉକ୍ତ ଟଙ୍କାକୁ ବାଂଟିବା ପାଇଁ ଦାବୀ କରୁଥିଲେ ମଧ୍ୟ ସଂସ୍ଥାର ମୁଖ୍ୟ ଦାୟିତ୍ଵ ତୁଲାଉଥିଲେ ସଞ୍ଜୟ କୁମାର ମାଝି, ପ୍ରଦୀପ କୁମାର ପୃଷ୍ଟି, ୟୁ.ରାମାରାଓ ଏବଂ ପ୍ରବୀର କୁମାର ପାତ୍ର ଟଙ୍କା  ଉଭୟ ଚାରି ଜଣ ଭାଗ ବାଣ୍ଟି ନେଇ ଯାଇଛନ୍ତି ବୋଲି ଟାଉନ୍ ଥାନାରେ ପ୍ରଥମ ପକ୍ଷର ଅପରେଟର କହିଛନ୍ତି l  ଅନ୍ୟ ପକ୍ଷେ କୋର୍ଟ ଙ୍କ ଯାହା ନିର୍ଦ୍ଦେଶ ରହିଛି ସେହି ପ୍ରକାରେ ଉକ୍ତ ଟଙ୍କାର ଭାଗ କରାଯିବ l ଥାନାରେ ଉଭୟ ପକ୍ଷ ମଧ୍ୟରେ କଥା ବାର୍ତ୍ତା ଚାଲିଛି,ଆମେ ସମସ୍ତେ ଗୋଟିଏ ପରିବାର ର ସଦସ୍ୟ,ମାମଲାର ସମାଧାନ କରାଯିବ ବୋଲି ଦ୍ୱିତୀୟ ପକ୍ଷର ଅପରେଟର ୟୁ ରାମା ରାଓ କହିଛନ୍ତି  l

Leave A Reply

Your email address will not be published.