ମୁଁ ଏବଂ ମୋ ସରକାର ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

I and my government are committed to fulfilling the hopes and aspirations of the people of Odisha: Chief Minister

0 102

ବ୍ରହ୍ମପୁର, ୫ା୬: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ରମ୍ଭାସ୍ଥିତ ବାଳକ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ସ୍ମାରକ କାର୍ଯ୍ୟକ୍ରମରେ ଯୋଗଦାନ କରି ୪୧ଜଣ ସଂଗ୍ରାମୀ ଓଡିଆ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତ ଉନ୍ମୋଚନ କରିଛନ୍ତି । ପରେ ଛତ୍ରପୁର ସ୍ଥିତ ଖେଳ ପଡିଆ ଠାରେ ଅନୁଷ୍ଠିତ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରି ଓଡିଶା ସରକାରଙ୍କ ଉକ୍ରର୍ଷ ଓଡିଶା ସ୍ୱପ୍ନକୁ ସଫଳ ରୂପ ଦେବା ନିମନ୍ତେ ୧୨ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଯେଉଁଥିରେ ସମୁଦାୟ ୨୮.୦୮୪ କୋଟି ବିନିଯୋଗ ହେବ ଏବଂ ୧୫,୪୫୫କର୍ମ ନିଯୁକ୍ତିର ପଥ ପରିଷ୍କାର ହେବ ବୋଲି ଜଣାଇ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଆଜି ଏଠାରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ୫ ମାସ ମଧ୍ୟରେ ଆମେ ଦେଢ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛୁ ଏବଂ ଏହା ଦ୍ୱାରା ପ୍ରାୟ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଆଜିର ଏହି ୧୨ଟି ଶିଳ୍ପ ପ୍ରକଳ୍ପ ସହିତ ଦୁଇଟି ପକଳ୍ପର ଭିତ୍ତିଭୂମି ଶୁଭାରମ୍ଭ ହେଲା । ସେଥିମଧ୍ୟରୁ କମନ୍ ଏଫ୍ଲୁଏଣ୍ଟ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଅନ୍ୟଟି ହେଲା ୟୁଟିଲିଟି କରିଡର ଅନ୍ୟତମ । ଏହା ଦ୍ୱାରା ସବୁ ଶିଳ୍ପମାନଙ୍କରୁ ଯେଉଁ ଶିଳ୍ପ-ଆବର୍ଜନା ନିଷ୍କାସିତ ହେବ, ସେ ସବୁ ଗୋଟିଏ ଜାଗାରେ ଟ୍ରିଟମେଣ୍ଟ ହୋଇ ସଫା ପାଣି ବାହାରିବ । ଏହା ଦ୍ୱାରା ପରିବେଶ ଖରାପ ହେବାର କୌଣସି ସମ୍ଭାବନା ରହିବ ନାହିଁ । ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ତେଣୁ ଆମ ସରକାର ଶିଳ୍ପ ପ୍ରତିଷ୍ଠା ସହିତ ସମତୁଲ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି । ଏ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ ହେଉଛି,”ବିଟ ଦି ପ୍ଲାଷ୍ଟିକ’ । ଏହି ଉପଲକ୍ଷେ ସେ ଓଡିଶାବାସୀଙ୍କୁ ଅନୁରୋଧ କରି କହିଲେ ଯେ, ଯଥା ସମ୍ଭବ ପ୍ଲାଷ୍ଟିକ ବର୍ଜନ କରନ୍ତୁ, ବିଶେଷଭାବେ ସିଂଗଲ ୟୁଜ ପ୍ଲାଷ୍ଟିକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ବାରମ୍ବାର କହିଛନ୍ତି,”ଓଡିଶା ହେବ ପୂର୍ବ ଭାରତର ପୂର୍ବୋଦୟ’ । ଆମେ ଏଥିପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ ଆମର ଯୁବଶକ୍ତି ପାଇଁ ଆମେ ଯେଉଁ ମାର୍ଗ ପ୍ରସ୍ତୃତ କରୁଛୁ, ତାହା ହେଉଛି ଶିଳ୍ପ । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସରେ ଯେଉଁ ଉକ୍ରର୍ଷ ଓଡିଶା- ମେକ୍ ଇନ୍ ଓଡିଶା କନକ୍ଲେଭ୍ ହୋଇଥିଲା, ସେଥିରେ ଆମେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିଥିଲୁ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ହୋଇଥିଲା, ଏକଥାକୁ ସେ ଲୋକଙ୍କୁ ସୁ·ଇ ଥିଲେ । ଆମର ଏହି ସଫଳତା ପୂର୍ବର ସମସ୍ତ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମର ରେକର୍ଡକୁ ଭାଙ୍ଗିଥିଲା । କିନ୍ତୁ, ଏଥିରେ ଅନେକ ସନ୍ଦେହ ପ୍ରକାଶ କରିଥିଲେ କିନ୍ତୁ, ଆମ ସରକାର ମୋଦିଜୀଙ୍କ ମାର୍ଗଦର୍ଶନରେ ପରି·ଳିତ । ଯାହା ଥରେ କରିବାକୁ ନିଷ୍ପତ୍ତି ନେଇଥାଉ, ତାହାକୁ ନିଶ୍ଚୟ କରିକି ଦେଖାଉ । ଆମର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ଥାଏ । ମେକ୍ ଇନ୍ ଓଡିଶାର ୪ ମାସ ମଧ୍ୟରେ ଯାଜପୁର କଳିଙ୍ଗ ନଗରରେ ୭୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ବୁଧବାର ଢେଙ୍କାନାଳରେ ୫୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି । ଓଡିଶାରେ ଏକ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ପାଇଁ ଆମର ଲକ୍ଷ୍ୟ ରହିଛି । ବର୍ତ୍ତମାନ ଯେଉଁ ୩ଟି ବନ୍ଦର ଅଛି, ତା’ବ୍ୟତୀତ ଆଉ ୩-୪ଟି ବନ୍ଦର ମଧ୍ୟ ପ୍ରତିଷ୍ଠା କରାଯିବ । କେନ୍ଦ୍ର ସରକାର ରେଳ ଓ ରାଜପଥ କ୍ଷେତ୍ରରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି । ଓଡିଶାରେ ମଧ୍ୟ ଆମେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ କରିବୁ । ଏହାସହିତ ଅନେକ ଶିଳ୍ପ କରିଡର ମଧ୍ୟ ଗଠନ କରାଯିବ । ଏହା ଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ଯାହା ସବୁ ମୌଳିକ ଆବଶ୍ୟକତା ରହିଛି, ତାହା ଓଡିଶାରେ ସମ୍ପୂର୍ଣ୍ଣ ଭାବେ ମିଳିପାରିବ । ଆମେ ମଧ୍ୟ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନଙ୍କୁ ଅଣୁ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରୋତ୍ସାହନ ଦେଉଛୁ । ମା’ମାନେ ଯେଉଁ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବେ ତାହା ଆମର ବୃହତ ଶିଳ୍ପମାନଙ୍କ ସହିତ ମିଶି ଏକ ରାଜ୍ୟସ୍ତରୀୟ ସପ୍ଲାଇ ଚେନ୍ ପ୍ରତିଷ୍ଠା କରିପାରିବେ । ଓଡିଶାରେ ଶିଳ୍ପ ସଂସ୍କୃତିର ବିକାଶ ହେବ । ଏହା ପରେ ଓଡିଶାର ବିକାଶକୁ କେହି ଅଟକେଇ ପାରିବେ ନାହିଁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ମୁଁ ଏବଂ ମୋ ସରକାର ଓଡିଶା ବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ ଏବଂ ଆଗାମୀ ଦିନରେ ଏପରି ଅନେକ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ଆମ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆ ·ଲିଛି । ପ୍ରଥମ ବର୍ଷରେ ହିଁ ୨୭,୦୦୦ ଖାଲି ଥିବା ପଦବୀ ପୂରଣ ହୋଇଛି ଏବଂ ଖୁବଶୀଘ୍ର ଆଉ ୪୦ ହଜାର ଖାଲି ଥିବା ସରକାରୀ ପଦ ପୂରଣ କରାଯିବ । ଯେତେଦୂର ଆଶା ଏ ପାଞ୍ଚ ବର୍ଷ ଭିତରେ ଦେଢ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ·କିରିରେ ନିଯୁକ୍ତି ଦିଆଯିବ । ଏହି ଉତ୍ସବରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଓଡିଶାର ବାଣିଜ୍ୟ ଓ ପରିବହନ ଏବଂଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ, ବିଭୁତି ଭୁଷଣ ଜେନା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ । ପରିଶେଷରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.