ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

Modi celebrated Diwali with Jawans

0 154

ଶିମଲା: ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ସାରା ଦେଶବାସୀ ଆଲୋକର ପର୍ବ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ଏବଂ ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ମଧ୍ୟ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,ଏହା ଏକ ଅଦ୍ଭୁତ ସାକ୍ଷାତ । ସଂଯୋଗ ଓ ଆନନ୍ଦରେ ପରିପୂର୍ଣ୍ଣ ଏହି ମୂହର୍ତ୍ତ ଆପଣଙ୍କ ଏବଂ ଦେଶବାସୀଙ୍କ ପାଇଁ ନୂଆ ଆଲୋକ ପହଞ୍ଚାଇବ । ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେଯେ, ଆମର ଯବାନମାନେ ପ୍ରତ୍ୟେକ ଆହ୍ୱାନର ସାମ୍ନା କରିବାକୁ ସକ୍ଷମ । ଯେପର୍ଯ୍ୟନ୍ତ ମୋର ସାହସୀ ବନ୍ଧୁମାନେ ହିମାଳୟ ପରି ସ୍ଥିର ହୋଇ ରହିଛନ୍ତି ସେ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଅଛି । ଆପଣଙ୍କ ସେବା ହେତୁ ଭାରତ ସୁରକ୍ଷିତ ଅଛି ଏବଂ ବିକାଶ ପଥରେ ଆଗେଇ ଚାଲିଛି । ଅମୃତକାଳର ଏକ ବର୍ଷ ମଧ୍ୟରେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେଲା, ଆମେ ଆଦିତ୍ୟ ଏଲ୧ ଲଞ୍ଚ କଲୁ, କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି । ମୋ ପାଇଁ ଯେଉଁଠାରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି, ତାହା ଏକ ମନ୍ଦିରଠାରୁ କମ୍‌ ନୁହେଁ । ଆପଣମାନେ ଯେଉଁଠି, ମୁଁ ସବୁ ପର୍ବ ସେଇଠି ପାଳନ କରିବି ।

Leave A Reply

Your email address will not be published.