ପୁରୀ: ଲେଜର ସ୍କାନିଂ ପାଇଁ ସହଯୋଗ ଯୋଗାଇ ଦିଆଯିବ । ଲେଜର ସ୍କାନିଂ ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । କାର୍ତ୍ତିକ ପୂର୍ଣ୍ଣମୀ ପରେ ଅର୍ଥାତ ଆସନ୍ତା ୨୮ ତାରିଖ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ସ୍କାନିଂ କରାଗଲେ ପରେ ବାହାର ରତ୍ନଭଣ୍ଡାରର କେଉଁଠି ରହିଛି ଫାଟ ତାହା ଜଣାପଡ଼ିବ ବୋଲି ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଏଭଳି ସୂଚନା ମିଳିଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାଶ୍ୱର୍ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ । କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ । ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାଶ୍ୱର୍ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ କହିଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବ । ବଡଦାଣ୍ଡର ଗହଳି କମାଇବା ପାଇଁ ଜଗନ୍ନାଥ ବଲ୍ଲଭ ଦେଇ ଗ୍ରୀନ କରିଡର ନିର୍ମାଣ କରାଯିବ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନ ପଲଙ୍କ, ରେଖା, ରହୁରେଖା ନୂତନ ଭାବେ ନିର୍ମାଣ କରାଯିବ । ରତ୍ନଭଣ୍ଡାରର ସ୍ଥିତି ପରଖିବାକୁ ଲେଜର ସ୍କାନିଂ କରାଯିବ ବୋଲି ପରି•ଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ଆଜି ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରି•ଳନା କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଅତିରିକ୍ତ ଏସପି, ଓବିସିସି ଅଧିକାରୀ ଓ ପରି•ଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରି•ଳନା କମିଟିର ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବା ନେଇ ଶ୍ରୀମନ୍ଦିର ପରି•ଳନା କମିଟି ନେଇଛି । ଏଥିଲାଗି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ତିନିଦିନ ବ୍ୟାପୀ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଇତ୍ୟାଦି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ପରି•ଳନା କମିଟି ସ୍ୱତନ୍ତ୍ର ବ୍ୟବସ୍ଥା କରିବ । ଏହି ଅବସରରେ ଅତିଥିମାନଙ୍କୁ ଏହି ସମାରୋହ ପାଇଁ ଆମନ୍ତ୍ରଣ କରାଯିବ । ପ୍ରତିଷ୍ଠା ଉତ୍ସବ ଲାଗି •ରିଦ୍ୱାରରେ ବେଦ ପାରାୟଣ ସହ ଯଜ୍ଞ, ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯିବ । ବିଭିନ୍ନ ଅଞ୍ଚଳର ସଂକୀର୍ତ୍ତନ କାରୀ ଏଥିରେ ସାମିଲ ହେବେ । ରତ୍ନଭଣ୍ଡାରର ଲେଜର ସ୍କାନି କରିବା ପାଇଁ ଏଏସାଆଇକୁ ପରି•ଳନା କମିଟିକୁ ଅନୁମତି ଦିଆଯାଇଛି । ମହାପ୍ରଭୁଙ୍କ ରତ୍ନପଲଙ୍କ, ରାହୁରେଖା ଇତ୍ୟାଦି ଅଳଙ୍କାରରେ କ୍ଷତ ସୃଷ୍ଟି ହୋଇଥିବାରୁ ତାହାର ମରାମତି କରାଯିବ । ସେବାୟତମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷକୁ ବୃଦ୍ଧି କରାଯିବା ସହିତ ଶ୍ରୀମନ୍ଦିର କର୍ମ•ରୀମାନଙ୍କ ମେଡିକାଲ ଆଡ଼ଭାନ୍ସ ଫାସିଲିଟି ବୃଦ୍ଧି ପ୍ରସ୍ତାବକୁ ପରି•ଳନା କମିଟି ଅନୁମୋଦନ କରିଛି । ସେହିପରି ସେବାୟତ ଆବାସ ଯୋଜାନା ଓ ପ୍ରତିଷ୍ଠା ହେବାକୁ ଥିବା ଆଦର୍ଶ ଗୁରୁକୂଳକୁ ନେଇ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ । ସେବାୟତମାନଙ୍କୁ ବିବାହ, ବ୍ରତ ଓ ଶୁଦ୍ଧି କ୍ରିୟା ସମୟରେ ମିଳୁଥିବା ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଛି । ବାଉଳି ମଠର ଉନ୍ନତିକରଣ ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଦେବତ୍ତୋର ବିଭାଗର ସହାୟତା ନିଆଯିବ । କାର୍ତ୍ତିକ ମାସ •ଲିଥିବା ବେଳେ ଆଗକୁ ପଞ୍ଚୁକ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁବିଧା ବ୍ୟବସ୍ଥା କରିବାକୁ ପରି•ଳନା କମିଟି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଭକ୍ତଙ୍କ ସୁବିଧା ଲାଗି ବାଇଓ ଟଏଲେଟ ନିର୍ମାଣ କରାଯିବ ବୋଲି ମୁଖ୍ୟପ୍ରଶାସକ କହିଥିଲେ ।