ଭୁବନେଶ୍ୱର, : ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟସ୍ଥା ଓ ନୀରିକ୍ଷଣ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡିଶାର ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଜେପି ଜାତୀୟ ପ୍ରବକ୍ତା ତଥା ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ପୁରୀରେ ଇଂଟିଗ୍ରେଟେଡ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟର (ଆଇସିସିସି)ର ପରିଦର୍ଶନ କରିଥିଲେ । ଏହି ସମୟରେ
କେନ୍ଦ୍ରମନ୍ତ୍ରୀମାନେ ଓଡିଶାର ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ ଆଇଜି ଡ୍ରୋନ୍ସ ଦ୍ୱାରା ବିକଶିତ ଏବଂ ଓଡିଶା ପୋଲିସ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଟେକ୍ନୋଲୋଜି-ପରିଚାଳିତ ସମାଧାନଗୁଡ଼ିକର ବ୍ୟବହାରକୁ ପ୍ରଶଂସା କରିଛନ୍ତି । ପ୍ରଥମଥର ପାଇଁ ରଥଯାତ୍ରାରେ ସହରର ପ୍ରମୁଖ ସ୍ଥାନଗୁଡିକରେ ଆଡଭାନ୍ସଡ ଡ୍ରୋନ ସର୍ଭିଲାନ୍ସ ଟେକ୍ନୋଲୋଜିକୁ ବ୍ୟାପକ ରୂପେ ନିୟୋଜିତ କରାଯାଇଛି, ଯାହା ଆକାଶମାର୍ଗରୁ ଭିଡର ଗତିବିଧି, ଟ୍ରାଫିକ ଓ ସମ୍ଭାବ୍ୟ ଜରୁରୀକାଳିନ ସ୍ଥିତିକୁ ବାସ୍ତବ ସମୟରେ ତଦାରଖ କରିବା କାର୍ଯ୍ୟକୁ ସୁଗମ କରୁଛି । ଏଥିସହିତ ଆକାଶମାର୍ଗରୁ ଅନଧିକୃତ ବିପଦକୁ ଚିହ୍ନଟ କରିବା ଓ ମୁକାବିଲା କରିବା ପାଇଁ ଆଂଟି-ଡ୍ରୋନ ସିଷ୍ଟମଗୁଡିକୁ ରଣନୈତିକ ଭାବେ ଅବସ୍ଥାପିତ କରାଯାଇଛି । ଭାରତର ସବୁଠାରୁ ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଲୋକଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଓଡିଶା ପୋଲିସ ଆଇଜି ଡ୍ରୋନ୍ସ ସହ ସହଭାଗିତା କରିଛି । ଭାରତୀୟ ଡିଫେନ୍ସ ଇକୋସିଷ୍ଟମରେ ଏକ ବିଶ୍ୱସ୍ତ ନାମ ଭାବେ ଆଇଜି ଡ୍ରୋନସ ଏହି ବିଶାଳ ମହୋତ୍ସବ ଆଡଭାନ୍ସଡ ଏରିଏଲ ସର୍ଭିଲାନ୍ସ ଓ କାଉଂଟର-ଡ୍ରୋନ ସିଷ୍ଟମଗୁଡିକୁ ନିୟୋଜିତ କରିଛି ଯାହା ସହଜ ତଦାରଖକୁ ନିଶ୍ଚିତ କରୁଛି । ଏହି ସେଟ୍ଅପକୁ ୨୭୫ ଏଆଇ-ଚାଳିତ ସିସିଟିଭି କ୍ୟାମେରା, ଲୋକଙ୍କୁ ସହଯୋଗ ପାଇଁ ଏକ ରିଅଲ-ଟାଇମ ହ୍ୱାଟସଆସପ ଚାଟ୍ବୋଟ, ଏକ ଇଂଟିଗ୍ରେଟେଡ କମାଣ୍ଡ ଓ କଂଟ୍ରୋଲ ସେଂଟର ଦ୍ୱାରା ଉନ୍ନତ କରାଯାଇଛି । ଉଭୟ କେନ୍ଦ୍ର ମନ୍ତ୍ରୀ ଓଡିଶା ପୋଲିସ ଓ ସେମାନଙ୍କର ସହଯୋଗୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ଟେକ୍ନୋଲୋଜି-ପ୍ରଥମ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । ଏସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ
କହିଛନ୍ତି, \”ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଟେକ୍ନୋଲୋଜିକୁ କିଭଳି ବ୍ୟବହାର କରାଯାଇପାରିବ ଏହା ତାହାର ଏକ ଉତ୍କୃଷ୍ଟ ଉଦାହରଣ । ଏଆଇ ଡ୍ରୋନ ସର୍ଭିଲାନ୍ସ ଓ ରିଅଲଟାଇମ କମାଣ୍ଡ କ୍ଷମତାର ସମନ୍ୱୟ ପ୍ରଶଂସନୀୟ ଅଟେ
ରଥଯାତ୍ରାରେ ଆଇଜି ଡ୍ରୋନର ଆଡଭାନ୍ସଡ ଡ୍ରୋନ ସର୍ଭିଲାନ୍ସ ବ୍ୟବସ୍ଥାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
Next Post