ରାଜ୍ୟରେ ହେବ ୮ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କ, ୨୦ଟି ସ୍ଥାନରେ ହେବ ଟ୍ରକ ଟର୍ମିନାଲ

0 78

ଭୁବନେଶ୍ୱର, : ଏବେ ଉଭୟ ଅନ୍ତଃ ରାଜ୍ୟ ଏବଂ ଆନ୍ତଃ ରାଜ୍ୟ ପରିବହନରେ ଓଡ଼ିଶାର ଅଂଶ ୧୦% । ୨୦୪୭ ବେଳକୁ ଏହାକୁ ୫୦%କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ମାଲ୍‌ ପରିବହନକୁ ତ୍ୱରାନ୍ୱିତ କରିବାକୁ ବିକଶିତ ହେବ ୮ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ । ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ରେ ଏଭଳି ମହତ୍ୱାକାଂକ୍ଷୀ ଯୋଜନା ରଖାଯାଇଛି । ଆନୁଷଙ୍ଗିକ ଶିଳ୍ପ ଭିତ୍ତିଭୂମିକୁ ମଧ୍ୟ ଏହା ସହ ତାଳଦେଇ ଉନ୍ନତୀକରଣ କରାଯିବ । ରାଜ୍ୟର ୨୦ ସ୍ଥାନରେ ହେବ ଟ୍ରକ୍‌ ଟର୍ମିନାଲ । ଏବେ ରାଜ୍ୟରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ସୁବିଧା ନ ଥିବାରୁ ଏହା ଖଣି, କୃଷି ଏବଂ ଇକମର୍ସ ଶିଳ୍ପକୁ କ୍ଷତିଗ୍ରସ୍ତ କରୁଛି । ଇକମର୍ସ କ୍ଷେତ୍ର ବେଶ୍ ବ୍ୟାପକ ହୋଇଛି । ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ବିକାଶ ଦ୍ୱାରା ରାଜ୍ୟ ଏହାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିପାରିବ । ପିଏମ୍ ଗତି ଶକ୍ତିରେ ମଲ୍ଟି ମୋଡାଲ କନେକ୍ଟିଭିଟି ନ୍ୟାସ୍ନାଲ ମାଷ୍ଟରପ୍ଲାନ ଆଧାରରେ ରାଜ୍ୟ କାର୍ଯ୍ୟ କରିବ । ଓଡ଼ିଶା ଇକୋନୋମିକ କରିଡର ଯୋଜନାରେ ବନ୍ଦର ଭିତ୍ତିକ ଏବଂ ବିନିର୍ମାଣ କ୍ଷେତ୍ର ଅଭିବୃଦ୍ଧି କରାଯିବ । ଦକ୍ଷ ଲଜିଷ୍ଟିକ୍ସ ଏବଂ ନିରନ୍ତର ପରିବହନ ଯୋଗାଯୋଗ ବ୍ୟବସ୍ଥା ଲାଗି ସଡ଼କ, ରେଳ, ବିମାନ ବନ୍ଦର ଏବ ବନ୍ଦର ଗୁଡ଼ିକ ସମନ୍ୱିତ କରିବା ଉପରେ ଫୋକସ କରାଯିବ । ଏହାକୁ ନଜରରେ ରଖି ଷ୍ଟକୟାର୍ଡ, ୱେୟାରହାଉସ୍‌, କୋଲ୍ଡ ଷ୍ଟୋରେଜ ଏବଂ ୟୁଟିଲିଟି କରିଡର ବିକଶିତ ହେବ । ପୂର୍ବରୁ ଏଭଳି ବ୍ୟବସ୍ଥା ଗୋପାଳପୁରରେ ହୋଇଛି । ୫୭୫ କିମି ଉପକୂଳ ଥିବାରୁ ଓଡ଼ିଶାକୁ ପୂର୍ବ ଏସିଆର ପ୍ରମୁଖ କାର୍ଗୋସିପମେଣ୍ଟ ହବ୍‌, ୩୪୬ କିମିର ଉପକୂଳ ରାଜପଥ କାମ ତ୍ୱରାନ୍ୱିତ କରିବା, ସ୍ଲରି ପାଇପ୍ଲାଇନ ନେଟୱର୍କ ବିକାଶକୁ ଧ୍ୟାନରେ ରଖାଯିବ । ୨୦୩୬ ସୁଦ୍ଧା ଏହି କ୍ଷେତ୍ରଗୁଡ଼ିକରେ ଘରୋଇ ନିବେଶ ୫୦%କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ଷ୍ଟ୍ରାଟେଜିକୁ ଡିଜାଇନ ଏବଂ ନୂଆକୌଶଳ ଲାଗି ଗଠନ ହେବ ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୁପ୍ । ରାଜ୍ୟ ଭିତରେ ଏବଂ ଆନ୍ତଃରାଜ୍ୟ ସାମଗ୍ରୀ ଏବଂ ଲୋକଙ୍କ ଯାତାୟତ ଧାରା ଜାଣିବା ଲାଗି ଏକ ଓରିଜିନ ଡେଷ୍ଟିନେସନ୍ ଷ୍ଟଡି କରିବେ ରାଜ୍ୟ ସରକାର । ଏହି ଧାରାକୁ ତ୍ୱରାନ୍ୱିତ କରିବ ଲାଗି ରାଜ୍ୟ ସରକାର ୨୦୩୦ ସୁଦ୍ଧା ୭୫ ହଜାର କିମିର ସଡ଼କ ନେଟୱର୍କ ବିଛାଇବେ ।ଏହା ମଧ୍ୟରେ ଗ୍ରାମାଞ୍ଚଳରେ ୩୦ ହଜାର କିମିର ସଡ଼କ କାର୍ଯ୍ୟକୁ ଶେଷ କରାଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସ୍‌ୱାଇ) ୩ରେ ହାତକୁ ନିଆଯାଇଥିବା ସବୁ ସଡ଼କ ପ୍ରକଳ୍ପର
କାର୍ଯ୍ୟକୁ ଆଗାମୀ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ଏହା ଦ୍ୱାରା ଅନ୍ତତଃ ପକ୍ଷେ ୧୫ ହଜାର କିମି ସଡ଼କ ପଥର ବିକାଶ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡ଼ିଜି)୧୧.୩କୁ ସଡ଼କପଥ ବିକାଶ କରିବାକୁ ଅଗ୍ରସର ହୋଇଛନ୍ତି ରାଜ୍ୟ ସରକାର । ଆର୍ଥିକ ବର୍ଷ ୨୦୨୫-୨୬ ବଜେଟରେ ସରକାର ସଡ଼କ, ବ୍ରିଜ ଏବଂ ବିମାନବନ୍ଦର ଗୁଡ଼ିକର ଉନ୍ନତୀକରଣ ଲାଗି ୧୫, ୮୬୫ କୋଟିର ବ୍ୟୟ ବରାଦ କରିଛନ୍ତି । ୨୦୨୬-୨୭ ସୁଦ୍ଧା ପ୍ରତି ଗ୍ରାମ ପଞ୍ଚାୟତକୁ ସମନ୍ୱିତ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ବସ୍‌ ସେବା ସ୍କିମ୍ ଦ୍ୱାରା ୩ ହଜାର କୋଟି ଟଙ୍କାର ନିବେଶକୁ ମିଳିଛି ମଞ୍ଜୁରି । ପବ୍ଲିକ ଟ୍ରାନ୍ସପୋର୍ଟ ଭିତ୍ତିଭୂମି ଦୃୀକରଣ ଲାଗି ଅଟଳ ବସ୍‌ଷ୍ଟାଣ୍ଡ ସ୍କିମ୍‌ରେ ୬ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏବେ ରାଜ୍ୟର ପରିବହନ ଜିଏସଭିଏରେ ସଡକ ପଥର ଅଂଶ
୬୦% ରହିଛି । ରାଜ୍ୟରେ ନ୍ୟାସ୍ନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ୧୨୦୪ କିମିର ୪୯ ପ୍ରକଳ୍ପ କାର୍ଯ୍ୟକାରୀ କରାଇଥିବା ବେଳେ ୭୭୧ କିମି ସମ୍ପୂର୍ଣ୍ଣ ହୋଇସାରିଛି । ପଶ୍ଚିମାଞ୍ଚଳ ବିକାଶ ଲାଗି ରାଜ୍ୟ ୱେଷ୍ଟର୍ଣ୍ଣ ଏକ୍ସପ୍ରେସୱେ ସ୍ଥାପନ କରିଛି । ସେହିଭଳି ବିଶାଖାପାଟଣାଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡରକୁ ଲାଗି ଓଡ଼ିଶା ଇକୋନୋମିକ କରିଡରକୁ ବିକଶିତ କରିବା ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.