ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ

Harivansh Narayan meets the President

0 112

ନୂଆଦିଲ୍ଲୀ, ୨୨ା୭ : ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଉପାଧ୍ୟକ୍ଷଙ୍କ ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ନିୟମ ଅନୁଯାୟୀ, ରାଜ୍ୟସଭା ଅଧ୍ୟକ୍ଷ ପଦ ଖାଲି ହେବା ପରେ, ହରିବଂଶ ନାରାୟଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏପରି ପରିସ୍ଥିତିରେ ତାଙ୍କୁ ଉପରାଷ୍ଟ୍ରପତି କରିବା ନେଇ କଳ୍ପନାଜଳ୍ପନା ମଧ୍ୟ ତୀବ୍ର ହୋଇଛି । ଜଗଦୀପ ଧନଖରଙ୍କ ଇସ୍ତଫା ପରେ, ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଦେଶବ୍ୟାପୀ ସମ୍ଭାବ୍ୟ ଚେହେରା ଉପରେ ଆଲୋଚନା ଆରମ୍ଭ ହୋଇଛି । ହରିବଂଶ ନାରାୟଣଙ୍କୁ ଏବେ ଏହି ଦୌଡ଼ରେ ସବୁଠାରୁ ଆଗରେ ବିବେଚନା କରାଯାଉଛି । ରାଷ୍ଟ୍ରପତି ଭବନ ବୈଠକର ଏକ ଫଟୋ ସେୟାର କରି ଏକ୍ସରେ ଲେଖିଛନ୍ତି ଯେ, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖର ହଠାତ ଇସ୍ତଫା ଦେଇଥିଲେ, ଯାହା ପରେ ହରିବଂଶ ନାରାୟଣ ମଙ୍ଗଳବାର ରାଜ୍ୟସଭାରେ ସକାଳ ଅଧିବେଶନର କାର୍ଯ୍ୟ ପରିଚାଳନା କରିଥିଲେ । ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖରଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଅନେକ ବିରୋଧୀ ନେତା ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ ଇସ୍ତଫାର କାରଣ ବିଷୟରେ ଚର୍ଚ୍ଚା କରୁଛନ୍ତି । କଂଗ୍ରେସ କହିଛି ଯେ, ସରକାର ସ୍ପଷ୍ଟ କରିବା ଉଚିତ ଯେ ଜଗଦୀପ ଧନଖର କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ?

Leave A Reply

Your email address will not be published.