ରେଳମନ୍ତ୍ରୀ ଙ୍କୁ ଭେଟିଲେ ବିଧାୟକ ଓ ନାଗରିକ ମଞ୍ଚ ସଭାପତି

MLA and President of Citizen Forum met the Railway Minister

0 152

କେନ୍ଦୁଝର,: ବୁଧବାର ଦିନ କେନ୍ଦୁଝର ନାଗରିକ ମଂଚ ର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ସାହୁ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି କେନ୍ଦୁଝର ଜିଲ୍ଲା ପ୍ରତି ରେଳବାଇ ବିଭାଗର ଅବହେଳା ବିଷୟରେ ଅବଗତ କରାଇ ଥିଲେ । କେନ୍ଦୁଝର ବାସୀଙ୍କ ଦିର୍ଘ ଦିନର ଏକ ପ୍ରମୁଖ ଦାବୀ ଯାହାକି କେନ୍ଦୁଝର ଦେଇ ଦିଲ୍ଲୀ ରେଳ ଚଳାଚଳ ପାଇଁ ଥିଲା, ତାକୁ ଦୋହରାଇ ଥିଲେ । ଏ ବିଷୟରେ ରେଳ ମନ୍ତ୍ରୀଙ୍କ ଠାରେ ଦୃଢ ଦାବୀ ଜଣାଇବା ପରେ ରେଳ ମନ୍ତ୍ରୀଙ୍କର ନିର୍ଦ୍ଦେଶ ମତେ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ଇଂ ଶ୍ରୀ ସାହୁ ଓ ବିଧାୟକ ରେଳ ମନ୍ତ୍ରାଳୟର ଇ.ଡି (ନିର୍ଦ୍ଦେଶକ) ବିକାଶ ଜୈନ୍‌ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଇ.ଡି ସମସ୍ତ କଥା ଅବଗତ ହେବାପରେ ପ୍ରତିଶୃତି ଦେଲେକି ଖୁବ ଶିଘ୍ର ଆନୁଷଙ୍ଗିକ କାର୍ଯ୍ୟ ସରିବା ପରେ ନୂଆ ବର୍ଷ ପୂର୍ବରୁ କେନ୍ଦୁଝର- ଦିଲ୍ଲୀ ଟ୍ରେନ୍‌ ଚାଲିବ । ଏବଂ ଏଥିପାଇଁ ଦରକାରୀ ପ୍ରସ୍ତୁତି ଚାଲିଛି । ଏହାପରେ ନାଗରିକ ମଞ୍ଚର ସଭାପତି କେନ୍ଦୁଝର ଜିଲ୍ଲାର ବଡବିଲସ୍ଥିତ ପରିତ୍ୟକ୍ତ କଳିଙ୍ଗ ଟ୍ୟୁବ୍‌ କାରଖାନାକୁ ଓଡ଼ିଶା ସରକାରଙ୍କ ଠାରୁ ହସ୍ତଗତ କରି ସେହି ସ୍ଥାନରେ ଏକ ରେଳଡବା ତିଆରି କାରଖାନା ତିଆରି ପାଇଁ ତଥ୍ୟ ସମ୍ବଳିତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଶ୍ରୀ ସାହୁ ସୂଚାଇ ଦେଇଥିଲେକି ପରିତ୍ୟକ୍ତ କଳିଙ୍ଗ କାରଖାନା ୫ଶହ ଏକସ୍ତୋରି ଏକର ଓ ପାଚେରୀ ପରିବେଷ୍ଟିତ ଅଟେ । ଏହି କାରଖାନାରେ ଏଗାର ଶହ ଷ୍ଟାଫ୍‌ କ୍ୱାର୍ଟର ଥିବା ସହିତ କାରଖାନା ସେଡ୍‌, ପାଣି, ବିଦ୍ୟୁତ ଓ ରେଳ ସଂଯୋଗ ଥିବା ଦର୍ଶାଇ ଥିଲେ । ଏହି ତଥ୍ୟ ମନ୍ତ୍ରୀ ଓ ଇ.ଡିଙ୍କୁ ଖୂବ୍‌ ପ୍ରଭାବିତ କରିଥିଲା । ଏହା ଶୁଶିବା ପରେ ଇ.ଡି ପ୍ରତିଶୃତି ଦେଲେକି ଏହା ଏକ ସୁନ୍ଦର ପ୍ରସ୍ତାବ ଏବଂ ଏହି ସମ୍ବନ୍ଧରେ ରେଳ ମନ୍ତ୍ରାଳୟ ଓଡିଶା ସରକାରଙ୍କୁ ଚିଠି ଲେଖି ଏ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.