ରେଳଯାତ୍ରୀଙ୍କ ଉପରକୁ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି: ୩ ମୃତ

Overhead water tank falls on railway passengers: 3 dead

0 169

କୋଲକାତା: ରେଳ ଷ୍ଟେସନରେ ଷ୍ଟେସନରେ ବଡ଼ ଅଘଟଣ । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଯାତ୍ରୀଙ୍କ ଉପରେ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି । ଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଲୱେ ଷ୍ଟେସନରେ । ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଷ୍ଟେସନରେ ଥିବା ଏକ ବିଶାଳ ଓଭରହେଡ୍‌ ପାଣି ଟାଙ୍କି, ପ୍ଲାଟଫର୍ମ ନମ୍ବର ୨ ଓ ୩ରେ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରକୁ ପଡ଼ିଥିଲା । ତେବେ ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ବର୍ଦ୍ଧମାନ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପାଣି ଟାଙ୍କିର କ୍ଷମତା ଦେଢ଼ ଲକ୍ଷ ଲିଟର । ତେବେ ଏହି ଦୁର୍ଘଟଣା ପରେ ବର୍ଦ୍ଧମାନ ଷ୍ଟେସନର ୧, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଚଳାଚଳ ବନ୍ଦ କରିଦିଆଯାଇଛି । ଏନେଇ ଉତ୍ତର ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ପରେ ରେଲୱେ ଅଧିକାରୀ, ଆରପିଏଫ୍‌, ଜିଆରପି, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ଜଣଙ୍କୁ ରେଲୱେ ପକ୍ଷରୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.