ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

Prime Minister to distribute 51,000 appointment letters at job fair

0 71

ନୂଆଦିଲ୍ଲୀ, ୧୧ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଜୁଲାଇ, ୨୦୨୫ରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଙ୍ଗଠନରେ ନବନିଯୁକ୍ତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ । ଏହି ଅବସରରେ ସେ ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ । ରୋଜଗାର ମେଳା, ରୋଜଗାର ସୃଜନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବା ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଯୁବପିଢିକୁ ସଶକ୍ତ କରିବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭାଗିଦାରୀ ସକାଶେ ସାର୍ଥକ ଅବସର ପ୍ରଦାନ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶବ୍ୟାପୀ ରୋଜଗାର ମେଳା ମାଧ୍ୟମରେ ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଷୋଡ଼ଶ ରୋଜଗାର ମେଳା ଦେଶବ୍ୟାପୀ ୪୭ ଟି ସ୍ଥାନରେ ଆୟୋଜନ କରାଯିବ । ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ପ୍ରଦାନ କରାଯାଉଛି । ଦେଶବ୍ୟାପୀ ଚୟନ ହୋଇଥିବା ଏହି ନୂତନ କର୍ମଚାରୀମାନେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଅର୍ଥ ସେବା ବିଭାଗ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସହିତ ଅନ୍ୟ ବିଭାଗ ଏବଂ ମନ୍ତ୍ରଣାଳୟ ଗୁଡ଼ିକରେ ଯୋଗଦେବେ ।

Leave A Reply

Your email address will not be published.