ଲୋକଙ୍କୁ ଯୋଗା ଯାଉଛି ନକଲି ମିଶ୍ରି

0 47
ବ୍ରହ୍ମପୁର ଲୋକଙ୍କୁ ଯୋଗା ଯାଉଛି ନକଲି ମିଶ୍ରି. ବ୍ୟବସାୟ ନାଁ ରେ ବିକ୍ରି କରାଯାଉଛି ଧଳା ଜହର. ରୋଜଗାର କରୁଛନ୍ତି ବେଶ ଦୁଇ ପଇସା. ଏଭଳି ଗୋଲକ ଧନ୍ଦା କରୁଥିବା ବ୍ୟବସାୟୀଙ୍କ ଉପରେ ଗତକାଲି ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଥିଲା.  ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳ ଶାସ୍ତ୍ରୀ ନଗର ଠାରେ ବେଆଇନ ମିଶ୍ରି ପ୍ରସ୍ତୁତ ୟୁନିଟ ଉପରେ ଚଢ଼ାଉ କରିଥିଲା ଟିମ. ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ମିଶ୍ରି.
ଥାନାରେ ମାମଲା ରୁଜୁ କରିଛି ପୁଲିସ.  ସମ୍ପୃକ୍ତ ୟୁନିଟ ମାଲିକଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ
ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି. ସମ୍ପୃକ୍ତ ୟୁନିଟ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ. ପି. ସର୍ବଣ ବିବେକ. ଏମ କହିଛନ୍ତି.
Leave A Reply

Your email address will not be published.