ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Chief Minister's interaction with industrialists and entrepreneurs

0 87

ଭୁବନେଶ୍ୱର, ୮ା୬ : ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଭିନ୍ନ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଉନ୍ନତିରେ ଅଂଶୀଦାର ଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା କିପରି ଶିଳ୍ପାୟନ ହବ ପାଲଟିଛି ଓ ଆନ୍ତର୍ଜାତୀୟ ବଜାରର ·ହିଦା ପୂରଣ ଦିଗରେ ଶିଳ୍ପ ଗୁଡ଼ିକ ପାଇଁ ଓଡ଼ିଶା ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି, ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ । ସରକାର ନିଯୁକ୍ତି ସୃଷ୍ଟି କରିବା ଓ ନିଯୁକ୍ତି ଦେବା ଉପରେ ପ୍ରାଧାନ୍ୟ ଦେଉଛନ୍ତି, ତେଣୁ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ପାୱାର ହାଉସ କରିବା ପରିଣତ କରିବା ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ଶିଳ୍ପପତିମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ଷେ ତଳେ ଓଡ଼ିଶାବାସୀ ନୂତନ ଭବିଷ୍ୟତ ଗଠନ ଦିଗରେ ଆମ ଉପରେ ଆସ୍ଥା ପ୍ରକଟ କରିଥିଲେ । ରବିବାର ଯେତେବେଳେ ଆମେ ଗୋଟିଏ ବର୍ଷ ପୂରା କରିଛୁ, ଆମେ ଗର୍ବର ସହିତ କରୁଛୁ । ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସବୁ କିଛି ବଦଳାଇ ଦେଇଥିଲା । ଓଡ଼ିଶାରେ ଟଙ୍କା ଖଟାଇବା ପାଇଁ ନିବେଶକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ଥିଲା । ୧୬.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୧୫୦ରୁ ଉର୍ଦ୍ଧ୍ୱ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଯେଉଁଥିରେ ୧୨ ଲକ୍ଷ ୯୦ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । କେବଳ ଗତ ବର୍ଷ ୨୦୬ଟି ବୃହତ୍ୱ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା କି ପୂର୍ବ ପାଞ୍ଚ ବର୍ଷ ତୁଳନାରେ ଦୁଇଗୁଣ ଅଧିକ । ଏଥିରେ ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ପ୍ରାୟ ୨.୯ ଲକ୍ଷ ନିଯୁକ୍ତି ସୁଯୋଗ ରହିଛି । ଉକ୍ରର୍ଷ ଓଡ଼ିଶା ପରେ ୧.୭୮ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଥିବା ୫୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସରିଛି । ଯେଉଁଥିରେ ୧.୧ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ୨୦ଟି ସେକ୍ଟରରେ ଏହି ଅଭିବୃଦ୍ଧି ଘଟିଛି । ଖଣି, ଧାତୁବିଜ୍ଞାନ, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ଓ ବୟନଶିଳ୍ପ, ଅକ୍ଷୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଓ ପର୍ଯ୍ୟଟନ କ୍ଷେତ୍ରରେ ଏହି ଅଭିବୃଦ୍ଧି ଘଟିଛି । ଓଡ଼ିଶା ଏବେ କେବଳ ଭାରତର ଖଣିଜ ଓ ଧାତୁ ହବ୍ ନୁହେଁ, ବରଂ ବିଭିନ୍ନ ଶିଳ୍ପର ପାୱାର ହାଉସ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ତୁଳନାରେ ଆମେ ଏହି ଗୋଟିଏ ବର୍ଷରେ ଅଧିକ କରିଛୁ । ଆଗାମୀ ବର୍ଷ ପାଇଁ ଆମେ ୪ଟି ପ୍ରାଥମିକତା ଉପରେ ଧ୍ୟାନ ଦେଉଛୁ । ପ୍ରଥମେ, ଆମେ ନୂତନ ନୀତି ଆଣିବୁ ଯାହା ଉଦୀୟମାନ କ୍ଷେତ୍ରଗୁଡିକରେ ବିଶ୍ୱସ୍ତରୀୟ ପ୍ରତିଦ୍ୱ­ନ୍ଦ୍ୱିତା କରିବ । ଦ୍ୱିତୀୟତଃ, ଭବିଷ୍ୟତର ·ହିଦା ପୂରଣ କରିବା ପାଇଁ ଆମେ ଆମର ଲ୍ୟାଣ୍ଡବ୍ୟାଙ୍କ ଏବଂ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ କରିବୁ । ତୃତୀୟତଃ, ଆମେ ଆମର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବୁ ଏବଂ ଏକ ଆଧୁନିକ, ସମନ୍ୱିତ ପ୍ରୋଜେକ୍ଟ ଟ୍ରାକିଂ ପ୍ଲାଟଫର୍ମ ବିକଶିତ କରିବୁ । ଚତୁର୍ଥ, ଆମେ କଠିନ ନିୟମକୁ ନିୟନ୍ତ୍ରଣ ମୁକ୍ତ ଏବଂ ସରଳ କରିବୁ । ଏହି ପଦକ୍ଷେପଗୁଡ଼ିକ ରିୟଲ ଟାଇମ୍ ଅଗ୍ରଗତି ତଦାରଖ ସୁନିଶ୍ଚିତ କରିବ । ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ଆଗାମୀ ୪ ବର୍ଷ ଆମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଆମେ ଆଇଓସିଏଲ୍, ଜେଏସଡବ୍ଲୁ, ଜେଏସପିଏଲ୍, ଟାଟା ଷ୍ଟିଲ୍, ଏଏମ୍ଏନ୍ଏସ୍, ବେଦାନ୍ତ, ହିଣ୍ଡାଲକୋ ଏବଂ ଆଦାନି ସହଯୋଗରେ ମାଇନିଂ, ଧାତୁ ଓ ସବୁଜ ରସାୟନ କ୍ଷେତ୍ରରେ ଆମ ନେତୃତ୍ୱକୁ ସୁଦୃଢ କରିବୁ । ପାରାଦୀପ-ଧାମରା-ଗୋପାଳପୁରରେ ନୂଆ ଟର୍ମିନାଲ, ଜେଟି ଓ କଣ୍ଟେନର ପରି·ଳନା କ୍ଷମତା ମାଧ୍ୟମରେ ବନ୍ଦର ଭିତ୍ତିକ ଶିଳ୍ପାୟନକୁ ସୁଦୃଢ଼ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରି ପୂର୍ବ ଭାରତର ଏକ ଦ୍ରୁତ ବିକାଶଶୀଳ ଶିଳ୍ପ ହବରେ ପରିଣତ ହୋଇଛି । ଏହି ଅବସରରେ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ମତ୍ସ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଳ୍ପ ବିଭାଗ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେ‡ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.