ଷଷ୍ଠ ଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ

Resolution to make Naveen Chief Minister for the sixth time

0 159

ବନ୍ଧୁଗାଁ,: କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାପତି ପାର୍ବତୀ ମସ୍ତିଙ୍କ ଅଧକ୍ଷତରେ ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମା ବ୍ଲକର ଦୋରା କମ୍ପେ୍ଲକ୍ସଠାରେ ବୋରିଗୁମ୍ମା ବ୍ଲକର ୧୨ ଟି ଗ୍ରାମ ପଞ୍ଚାୟତର ସମସ୍ତ ମହିଳାମାନଙ୍କୁ ନେଇ ଏକ ବିରାଟ ମହିଳା ସମାବେଶ କରାଯାଇଛି । ଏହି ସମାବେଶରେ ଯୋଗ ଦେଇଥିଲେ ରାଜ୍ୟ ମୁକ୍ତା ଯୋଜନାର ଅଧ୍ୟକ୍ଷା ତଥା ମହିଳା ପର୍ଯ୍ୟବେକ୍ଷିକା ମୀରା ପରିଡା, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ମାଳତୀ ମାଝୀ ଏବଂ ତୁଳସୀ କିର୍ଶାନୀ, ବୋରିଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦିପ୍ତୀ ନାୟକ, ବ୍ଲକ ସଭାନେତ୍ରୀ କୁନ୍ଦ ଗଦବା, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡ଼ିକା, ସମସ୍ତ ୱାର୍ଡ ମହିଳା ସଭାପତି ବୃନ୍ଦ ତଥା ବିଭିନ୍ନ ବର୍ଗରୁ ଆସିଥିବା ମହିଳା ନେତ୍ରୀମାନେ । ଏହି ମହିଳା ସମାବେଶରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଯେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସମସ୍ତ ମହିଳା ଓ ମହିଳା ସଂଗଠନମାନେ ସୁସଂଗଠିତ ହୋଇ କିଭଳି ଭାବରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା, ତଥା କୋଟପାଡ଼ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବା । ସେଇଥି ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯଇଥିଲା ଯେ ମହିଳାମାନେ ଯଦି ନିର୍ଭୟରେ ଆଗକୁ ଆସି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ କିଭଳି ଭାବରେ ପ୍ର•ର ପ୍ରସାର ତଥା ତୃଣମୂଳ ସ୍ତରରେ ଉପସ୍ଥାପିତ କରି ସଚେତନ ସୃଷ୍ଟି କରିବା । ଯଦି ସଠିକ ଭାବରେ ମହିଳାମାନେ ଆଗକୁ ଆସନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୩୦+ ର ସ୍ୱପ୍ନ ନିଶ୍ଚିତ ସାକାର ହେବ ବୋଲି ଆଜିର ବୈଠକରେ ଆଲୋଚନା କୋରାଯାଇଥିଲା ।

Leave A Reply

Your email address will not be published.