ଭୁବନେଶ୍ୱର,୧୩ା୧୧ : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୫୦ଟି ବହୁମୁଖୀ ସାଂସ୍କୃତିକ ତଥା ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାରେ ଖ୍ରୀଷ୍ଟିଆନ, ମୁସଲିମ, ବୌଦ୍ଧ ଓ ଶିଖ୍ ସଂପ୍ରଦାୟଙ୍କ ପାଇଁ ବହୁମୁଖୀ ସାଂସ୍କୃତିକ ତଥା ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିପାଇଁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।