ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

0 60
ପୁରୁଷୋତ୍ତମପୁର  :  ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଙ୍କ ପ୍ରେରଣା ରେ ତ୍ରିପୁରା ଗୁରୁମା, ପରିଚାଳନା କରିଥିଲେଏବଂ । ପ୍ରମୋଦିନୀ ଗୁରୁମା, ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅତିଥ୍‌ ଭାବରେ ପରିଚାଳନା ସମିତି ର ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ଓ ସମ୍ପାଦକଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଏବଂ ଏନଏସି ଅଧକ୍ଷ ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା ଓ ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଦଳାଇ  ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ଯୋଗ ଦେଇ ଶିଶୁ ଭାଇ ଭଉଣୀ ଙ୍କୁ ବିଜ୍ଞାନ ର ଉପକାରିତା ବିଷୟରେ କିଛି ମୂଲ୍ୟବାନ କଥା କହି ମାର୍ଗ ଦର୍ଶନ କରିଥିଲେ | ବିଦ୍ୟାଳୟର ପରିଚାଳନା ସମିତି କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ |ବିଭିନ୍ନ ବିଦ୍ୟାଳୟ ରୁ ଆସିଥୂବା ବିଜ୍ଞାନ ଶିକ୍ଷକ ସେମାନେ ହେଲେ ଶ୍ରୀଯୁକ୍ତ ରବିନାରାୟଣ ପାଢ଼ୀ, ଗୋପୀନାଥ ସେଠୀ, ଶ୍ରୀମନୁ ସେଠୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ମନୋଜ କୁମାର ପଣ୍ଡା, ହେମନୁ କୁମାର ବେହେରା, ବିନାୟକ ସାହୁ, ପ୍ରଭୃତି ବିଜ୍ଞାନ ଶିକ୍ଷକ ଙ୍କ ଦ୍ବାରା ଶିଶୁ ଭାଇ ଭଉଣୀଙ୍କ ପ୍ରକଳ୍ପର ନିର୍ଣ୍ଣାୟକ ଭାବରେ ନିରୀକ୍ଷଣ କରି କୃତୀ ଛାତ୍ର ଛାତ୍ରୀ ଚୟନ କରିଥିଲେ | ଏଥି ସହ ସଂସ୍କୃତି ଜ୍ଞାନ, ମୂର୍ତି କଳା,ଆଶୁଭାଷଣ, ପ୍ରଶ୍ନମଞ୍ଚ,ପ୍ରୟୋଗ ଶିଶୁଙ୍କର ମଧ୍ଯ କୃତୀତ୍ବ ଲକ୍ଷ୍ୟ କରା ଯାଇଥିଲା | ସମାରୋପ ଉତ୍ସବ ରେ ନିବେଦିତ ଗୁରୁମା ବୃତ୍ତପଠନ କରିଥିଲେ | ଏହି ଜ୍ଞାନ ବିଜ୍ଞାନ ମେଳା ରେ ମୋଟ ୨୦୨ ଜଣ ଶିଶୁ ପ୍ରକଳ୍ପ ରେ ଭାଗ ନେଇଥିଲେ ଏବଂ ଗଣିତ ପ୍ରକଳ୍ପ, ପ୍ରଶ୍ନମଞ୍ଚ,ସଂସ୍କୃତି ଜ୍ଞାନ ରେ ପ୍ରାୟ ୨୭୦ ଜଣ ଶିଶୁ ଭାଗ ନେଇ ଥିଲେ |ସର୍ବ ମୋଟ ୪୭୨ଜଣ ଶିଶୁ ଭାଇ ଭଉଣୀ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ ।କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା |ପରିଶେଷରେ ଭଗବାନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ସମସ୍ତ ଗୁରୁଜୀ ଗୁରୁମା ମଉସା ଓ ମାଉସୀ ସ‌ହଯୋଗ କରି ଏହି ଜ୍ଞାନବିଜ୍ଞାନ ମେଳା କୁ ସଫଳ କରିଥିଲେ  |

 

 

Leave A Reply

Your email address will not be published.