ସ୍ୱାୟତ ଶାସନ ଦିବସ ପାଇଁ ବିଏମ୍ସିର ପ୍ରସ୍ତୁତି ବୈଠକ

BMC holds preparatory meeting for Self-Governance Day

0 67

ଭୁବନେଶ୍ୱର, 2/8: ଚଳିତ ମାସ ୩୧ ତାରିଖ ଦିନ ହେବାକୁ ଥିବା ସ୍ୱାୟତ ଶାସନ ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ସିଟି ଇଂଜିନିୟର ବିଳାଶ କୁମାର ବେହେରା, ସଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷରାମଚନ୍ଦ୍ର ରଣସିଂହ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ବହୁ କର୍ପୋରେଟର, ବିଏମ୍ ସିର ସମସ୍ତ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ସ୍ୱାୟତ ଶାସନ ଦିବସ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ । ଚଳିତ ବର୍ଷ ପରି ଏ ବର୍ଷ ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ କ୍ରିକେଟ ସହ ଫୁଟବଲ ଖେଳକୁ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ଚେସ୍, କ୍ୟାରେମ, ବ୍ୟାଡ ମିଣ୍ଟନ, ମ୍ୟୁଜିକ୍ ଚେୟାର ଆଦି ବିଭିନ୍ନ ଇନଢୋର ଓ ଆଉଟ୍ ଡୋର୍ ଗେମ୍ସ, ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବିଏମ୍ ସିର କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିପାରିବେ । ଏହି ସମସ୍ତ କାର୍ଯ୍ୟ ବିଏମ୍ ସିର ରିକ୍ରିଏସନ କ୍ଲବ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସେପ୍େଟମ୍ବର ୨ ତାରିଖ ଦିନ ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା, ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ । ସେହିପରି ବିଏମ୍ ସିର ତିନୋଟି ଜୋନରୁ ୩ ଜଣଙ୍କୁ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ନଗର ବନ୍ଧୁ ପୁରଷ୍କାର ପ୍ରଦାନ କରାଯିବ । ତିନୋଟି ଜୋନର ୩ଟି ୱାର୍ଡକୁ ଶ୍ରେଷ୍ଠ ସ୍ୱଚ୍ଛ ୱାର୍ଡ ଘୋଷଣା କରାଯିବ । ବିଏମ୍ ସି ଅଂଚଳରେ ଥିବା ବିଭିନ୍ନ ପାର୍କରେ ବରିଷ୍ଠ ନାଗରିକ ସଂଗଠନ, ସଂଘ ପକ୍ଷରୁ ସ୍ୱାୟତ ଶାସନ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏମାନେ ଗୋଷ୍ଠୀ ସହଯୋଗରେ କିଛି କିଛି କାର୍ଯ୍ୟକ୍ରମ କରାଇବେ କ୍ଷ କର୍ପୋରେଟର ମାନଙ୍କର ସହଯୋଗ ନେବା ସାଙ୍ଗକୁ ୱାର୍ଡ ଅଫିସର ମାନେ ଏଥିରେ ସହଯୋଗ କରିବେ ।ସେମାନେ ନିଜ ପାର୍କ କାର୍ଯ୍ୟକ୍ରମର ଫଟୋ ପଠାଇବେ । ବିଏମ୍ ସି ଅଂଚଳର ମାଟ୍ରିକ ଓ ଯୁକ୍ତ ଦୁଇ ଟପ୍ପରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଅଗଷ୍ଠ ୩୧ ତାରିଖ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସକାଳ ୮ଟାରେ ବିଏମ୍ ସି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । ପରେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ବୃଦ୍ଧ, ବୃଦ୍ଧାଙ୍କୁ ଫଳ, ମିଷ୍ଟାନ୍ନ ଇତ୍ୟାଦି ବଣ୍ଟନ କରାଯିବ । ପୂର୍ବାହ୍ନରେ ବିଏମ୍ ସି ପକ୍ଷରୁ କାର୍ଯ୍ୟ ଶେଷଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରାଯିବ । ସଂଧ୍ୟା ସମୟରେ ଜୟଦେବ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ପ୍ରଦାନ ପ୍ରଦାନ ପୂର୍ବକୁ ସମ୍ବର୍ଦ୍ଧିତ କରାଯିବାକୁ ଆଜିର ଏହି ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଛି । ଏଥି ସହିତ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧିନତା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋନଚା କରାଯାଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Leave A Reply

Your email address will not be published.