ଭୁବନେଶ୍ୱର,୨୪ା୧୧(ଡିକେ ନ୍ୟୁଜ): ଆସୁଛି ଏକ ଲଘୁଚାପ । ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏହା ଦାନା ବାନ୍ଧିପାରେ । ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ବଙ୍ଗୋପସାଗରରେ ପ୍ରବେଶ କରିବ । ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୯ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଆଗ ପଛ ହୋଇ ଦୁଇଟି ଲଘୁ•ପ ସୃଷ୍ଟି ହେବାର ସମ୍ଭାବନା ଅଛି । ସମ୍ଭାବ୍ୟ ପ୍ରଥମ ଲଘୁ•ପଟି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଏହା ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ମୁହାଁଇବା ସମ୍ଭାବନା ଅଛି । ଡିସେମ୍ବର ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁ•ପ ସୃଷ୍ଟି ହୋଇପାରେ । ତେବେ ସମ୍ଭାବ୍ୟ ଦୁଇ ଲଘୁ•ପର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବାର ନାହିଁ । ତଥାପି ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ବର୍ଷା ହୋଇପାରେ । ସେପଟେ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି, ନଭେମ୍ବର ୨୯ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଲଘୁ•ପ ହେବ । ଡିସେମ୍ବର ପହିଲା ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ । ଏବେଠାରୁ ଏହାର ସମ୍ଭାବ୍ୟ