ନୂଆଦିଲ୍ଲୀ/ଭୁବନେଶ୍ୱର, : ସେବା, ସଂଘର୍ଷର ସଫଳ ଗାଥା ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଗର୍ବ, ଗୌରବ ମହାମହିମ ରାଷ୍ଟ୍ରପତିଙ୍କର ଶୁକ୍ରବାର ଜନ୍ମଦିନ । ୬୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଷ୍ଟ୍ରପତି । ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡାରେ ଜନ୍ମଗ୍ରହଣ କରିଥିବା ପ୍ରଥମ ନଗରିକଙ୍କୁ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ମହାମହିମଙ୍କ ପିଲାଦିନ ୧୯୫୮ ମସିହା ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ବହୁଳ ଉପବେଡା ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ । ବିକାଶଠୁ ବହୁ ଦୂରରେ ଥିଲା ସେହି ଅଞ୍ଚଳ । ବିଦ୍ୟାଳୟ ଶିକ୍ଷା ପାଇଁ ତାଙ୍କୁ ଭୁବନେଶ୍ୱର ଆସିବାକୁ ପଡିଥିଲା । ୟୁନିଟ-୨ ବାଳିକା ବିଦ୍ୟାଳୟରେ ନାମ ଲେଖାଇଥିଲେ । ରମାଦେବୀ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ପରେ ଜଳସେଚନ ବିଭାଗରେ କନିଷ୍ଠ ସହକାରୀ ପଦବୀ ଚାକିରିରେ ଯୋଗ ଦେଇଥିଲେ । ତାଙ୍କ ଜୀବନ ସଂଘର୍ଷମୟ ଥିଲା । ତାଙ୍କ ସ୍ୱାମୀ ଶ୍ୟାମଚରଣ ବ୍ୟାଙ୍କ ଅଫିସର ଥିଲେ । ୧୯୯୭ରେ ବିଜେପିରୁ ରାଇରଙ୍ଗପୁର ପରିଷଦର ୨ ନମ୍ବର ୱାର୍ଡରୁ କାଉନସିଲର ଭାବେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କ ଜୀବନର ସେବା ଓ ସଂକଳ୍ପର ଜୟଯାତ୍ରା ଆରମ୍ଭ ହେଲା । ୨୦୦୦ରୁ ୨୦୦୪ରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ । ୨୦୧୫ରୁ ୨୦୨୧ ଝାଡଖଣ୍ଡର ୯ମ ରାଜ୍ୟପାଳ ହୋଇଥିଲେ । ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବି ସେ ଭାଙ୍ଗି ପଡ଼ିନଥିଲେ । ଜୀବନ ରାସ୍ତାରେ ଆଗକୁ ଆଗକୁ ବଢିଥିଲେ । ଅଖ୍ୟାତ ଗାଁ ଉପରବେଡାରୁ ରାଷ୍ଟ୍ରପତି ଭବନ ଯାଏ ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ସହଜ ନଥିଲା । ବେଶ୍ ସଂଘର୍ଷମୟ ଥିଲା । ୨୦୨୨ ଜୁଲାଇ ୨୨ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ଅଭିଷିକ୍ତ
ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ବି ତାଙ୍କ ଜୀବନ ଅତି ସାଧାରଣ । ତାଙ୍କର ଏହି ସରଳ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରେରଣା ଦିଏ । ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖଛନ୍ତି, ‘ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅନେକ ଶୁଭକାମନା । ତାଙ୍କ ଜୀବନ ଓ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଉଛି । ଜନସେବା, ସାମାଜିତ ନ୍ୟାୟ ଏବଂ ସମାବେଶୀ ବିକାଶ
ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ସମସ୍ତଙ୍କୁ ସାହସ ଦେଇଛି ଏବଂ ଆଶାର କିରଣ ସାଜିଛି । ସେ ସର୍ବଦା ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବାକୁ କାମ କରି ଆସିଛନ୍ତି ।\’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାମହିମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶା ମାଟିର ମାତୃଶକ୍ତିର ପ୍ରତୀକ, ଆମର ଗର୍ବ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣଙ୍କ ଜୀବନ ସଂଘର୍ଷ, ସମର୍ପଣ ଏବଂ ସଫଳତାର ଏକ ଅସାଧାରଣ ଉଦାହରଣ । ଏକ ସାଧାରଣ ଆଦିବାସୀ ପରିବାରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା ସମସ୍ତ ଦେଶବାଶୀଙ୍କ ପାଇଁ ପ୍ରେରଣା । ଏହି ଶୁଭ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି । ମହାମହିମଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ଲେଖିଛନ୍ତି, ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା । ତୃଣମୂଳ ସ୍ତରରୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଯାଏ ତାଙ୍କର
ଯାତ୍ରା ଭାରତ ଗଣତନ୍ତ୍ରର ଶକ୍ତିକୁ ପ୍ରତିଫଳିତ କରିଛି । ସାମାଜିତ ନ୍ୟାୟ, ଗରିବଙ୍କୁ ସଶକ୍ତିକରଣ ଏବଂ ବିକାଶ ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ଦେଶକୁ ପ୍ରେରଣା ଦେଇଛି ଚାଲିଛି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି ।\’ ଓଡ଼ିଶା ମାଟିର ମାତୃଶକ୍ତିର ପ୍ରତୀକ, ଆମର ଗର୍ବ ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣଙ୍କ ଜୀବନ ସଂଘର୍ଷ, ସମର୍ପଣ ଏବଂ ସଫଳତାର ଏକ ଅସାଧାରଣ ଉଦାହରଣ ।