ବେଙ୍ଗାଲୁରୁ, ୫ା୬: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି କୋହଲି । ଘଟଣାକୁ ନେଇ ବିରାଟ କହିଛନ୍ତି, ମୁଁ ଶବ୍ଦହୀନ, ମୁଁ ମର୍ମାହତ… ବେଙ୍ଗାଲୁରୁ ଦଳାଚକଟା ଘଟଣା ନେଇ ଆରସିବି ତରଫରୁ କରାଯାଇଥିବା ଏକ ପୋଷ୍ଟରେ କୋହଲି କମେଣ୍ଟ ଦେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ କାନ୍ଦିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ଦଳାଟକଟା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଶିବକୁମାର କାନ୍ଦିଥିବା ବେଳେ ସେ କହିଛନ୍ତି ମୋ ଆଖି ଆଗରେ ମୁଁ ୧୦ଟି ମୃତଦେହ ଦେଖିଛି । ୧୫ ବର୍ଷ ବୟସ ଭିତରେ ପିଲାଙ୍କର ଏଭଳି ମୃତ୍ୟୁକୁ କେହି ପରିବାର ସହ୍ୟ କରିପାରିବେନାହିଁ । ତେବେ ଆଇପିଏଲ୍ ୧୮ ସିଜିନ୍ ଜିତିବା ପରେ ଆରସିବି ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଆଗରେ ବିଜୟ ପରେଡ କରୁଥିବା ବେଳେ ଏଭଳି ଦଳାଚକଟା ହୋଇଛି । ଗୋଟେ ଦଳାଟକଟାରେ ଜୀବନ ଯାଉଥିଲେ ବି ତଥାପି ·ଲିଥିଲା ବିଜୟ ସେଲିବ୍ରେସନ୍ । ଆରସିବି ଆଇପିଏଲ୍ ·ମ୍ପିୟନ ଟ୍ରଫି ନେଇ ବେଙ୍ଗାଲୁରୁରରେ ପହଞ୍ଚିବା ପରେ ଆରମ୍ଭ ହେଇଥିଲା ସେଲିବ୍ରେସନ୍ । ଆଉ ଆରସିବି ଟିମ୍ ଯେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ପହଞ୍ଚିଥିଲା, ସେତେବେଳେ ଦେଖିଥିବା ମିଳିଥିଲା ଦଳାଚକଟା । ତେବେ ଆଇପିଏଲ ୨୦୨୫ ବିଜୟ ପାଳନ ସମୟରେ ଦଳାଚକଟା ଘଟି ୧୧ଜଣ ପ୍ରାଣ ହରାଇବା ପରେ ଗୁରୁବାର ରୟାଲ ·ଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବିଷୟ ଘୋଷଣା କରିଛି । ୧୧ଜଣ ମୃତକଙ୍କ ପରିବାରକୁ ଆରସିବି ଆର୍ଥିକ ସହାୟତା ପ୍ରଦାନ କରିବ । ଘଟଣା ଘଟିବାର ଗୋଟିଏ ଦିନ ପରେ ନୂଆ ବକ୍ତବ୍ୟ ଜାରି କରି ଆରସିବି କହିଛି, ଏଭଳି ଦୁଃଖଦ ଘଟଣାରେ ଦଳର ଖେଳାଳି, କର୍ମ·ରୀ ଓ ପରି·ଳନା ମଣ୍ଡଳୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ୧୧ ଜଣ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ସମେତ ଆହତ ୩୩ ଜଣଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆରସିବି କେୟାର୍ସ ଫଣ୍ଡ ଆରମ୍ଭ କରାଯାଇଛି । ଘୋଷଣା ଅନୁଯାୟୀ, ମୃତକଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ । ମେ’ ୩ ତାରିଖ ଦିନ ଆରସିବି ଆଇପିଏଲ ଫାଇନାଲ ମ୍ୟାଚ ଜିତିବା ପରେ ୫ ତାରିଖ ଅର୍ଥାତ ବୁଧବାର ଦିନ ଦଳ ପକ୍ଷରୁ କର୍ଣ୍ଣାଟକର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ତେବେ ବିଜୟ ଉତ୍ସବ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଜନସମୁଦ୍ର ମାଡିଆସିଥିଲା । ଏତେ ସଂଖ୍ୟାରେ ପ୍ରଶଂସକ ଆସିବେ ବୋଲି ଆୟୋଜକ ଓ ପ୍ରଶାସନ କଳ୍ପନା କରିପାରିନଥିଲେ । ଷ୍ଟାଡିୟମରେ ୩୫ ହଜାର ଆସନ ଥିବା ବେଳେ ତାହା ପୂରଣ ହେବା ପରେ ମଧ୍ୟ ରାସ୍ତା ଉପରେ ଲକ୍ଷାଧିକ ପ୍ରଶଂସକ ଏକତ୍ରିତ ହୋଇଥିଲେ ଫଳରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୩ ଜଣ ଗୁରୁତର ଆହତ ହୋଇଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।