ସ୍କୁଟର ଯୋଜନା: ମହିଳାଙ୍କ ପ୍ରଗତିର ମନ୍ତ୍ର

The Scooter Plan: The Mantra of Women’s Progress

Description

ଢେଙ୍କାନାଳ,(ଡିକେ ନୁ୍ୟଜ): ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଓସୱାନ ହଲଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହିକାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ନୀଳ ପତକାଦେଖାଇ ଏହି ସ୍କୁଟର ଗୁଡିକର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିତା ଶର୍ମା, ଡିପିସି ମିଶନ ଶକ୍ତି ଶେଫାଳିପ୍ରିୟଦର୍ଶିନୀ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ଏବଂସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।ପୁରୀ,(ଡିକେ ନୁ୍ୟଜ): ମା’ ମାନେ ଆଜି କେବଳ ଘର କାମରେ ସୀମିତନାହାନ୍ତି ବରଂ ପାରିବାରିକ ଓ ସାମାଜିକ ଅର୍ଥନୀତିକୁ ସୁଦୃଢ କରିଛନ୍ତି ।ସେମାନେ ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରି ଆର୍ଥିକ ଲାଭବାନହେଉଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ନୀଳ ଫ୍ଲାଗ ବିଚସ୍ଥିତ ମିଶନ ଶକ୍ତି କାଫେ ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବାସ୍କୁଟର ଯୋଜନାରେ ଆଜି ମା’ ମାନଙ୍କୁ ସ୍କୁଟର ପ୍ରଦାନ କରିବା ଅବସରରେଜିଲ୍ଲାପାଳ ସମର୍ଥ ବର୍ମା ଉପରୋକ୍ତ ମତ ଦେଇଛନ୍ତ । ଏହି ସ୍କୁଟର ବଣ୍ଟନକାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଏଲଡିଏମକେ କେ ଆ·ର୍ଯ୍ୟ, ସମାଜକଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ମିଶନ ଶକ୍ତିର ଡିପିଏମ ବନଜା କାନ୍ତମାହାରୀ, ଡିପିସି ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ଜିଲ୍ଳାରେ ଏହିଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୪୭୦ ଟି ସ୍କୁଟର ମଞ୍ଜୁର ହୋଇଥିବା ବେଳେଆଜି ୨୧୧ ଟି ସ୍କୁଟର ବଣ୍ଟନ କରାଯାଇଛି ବୋଲି ଜିଲ୍ଲା ପରିଷଦର ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।ଭବାନୀପାଟଣା,(ଡିକେ ନୁ୍ୟଜ): ମିଶନ ଶକ୍ତି ବିଭାଗ ଓଡିଶା ସରକାରଙ୍କଆନୁକୁଲ୍ୟରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା’ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରୂଣସହାୟତା ଏସଏଚଜିମାନଙ୍କୁ ସୁଧ ଫେରସ୍ତ, ବିଏଲଏଫ ଓ ଡିଏଲଏଫ ନିମନ୍ତେଗାଡି ବ୍ୟବସ୍ଥା, ଜିପିଏଲଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି । ଏହିପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ୱେଷାରେ‡ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ୬.୩କୋଟି ଟଙ୍କା ଋଣ ଛାଡ କରାଯିବ । ଜିଲ୍ଲାସ୍ତରରେ ମହିଳାମାନଙ୍କୁ୫୦ଟି ସ୍କୁଟର ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯାଇଛି । ଜିଲ୍ଲାପରିଷଦଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତଜିଲ୍ଲାପାଳ (ରାଜସ୍ୱ ) ଲଳିତ ମୋହନ ବେହେରା, ଜିଲ୍ଲାପରିଷଦପାୱାର ପ୍ରକାଶ, ବିସିସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା, ଡିଆଇପିଆରଓମନୋଜ କୁମାର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ରେ ଯୋଡି ହୋଇଥିଲେ ।ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ୧୩ ଟି ବ୍ଲକରୁ ୨୩୨୭ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ୟାଙ୍କ ଋଣ ପାଇଁସୁପାରିଶ କରଯାଇଥିଲା । ଆଜି ଏହି ଅବସରରେ ଜିଲ୍ଲାର ୩୬୪ ଜଣହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା । ଓସୱାନ ହଲପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟରଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭବାନୀପାଟଣାଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା । ଏହି ସ୍କୁଟରଦ୍ୱାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବାସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ ।

Reviews

There are no reviews yet.

Be the first to review “ସ୍କୁଟର ଯୋଜନା: ମହିଳାଙ୍କ ପ୍ରଗତିର ମନ୍ତ୍ର”

Your email address will not be published. Required fields are marked *