ଓଡ଼ିଆ ସାମ୍ବାଦିକଙ୍କ ଉପରେ ଛତିଶଗଡ଼ ପୋଲିସର ଦାଦାଗିରି

0 116

ଅର୍ଗସ୍ ସାମ୍ବାଦିକଙ୍କ ବୁମ ଓ ମୋବାଇଲ ଛଡାଇ ନେବା ଘଟଣା,ଥାନା ସମ୍ମୁଖରେ ସାମ୍ବାଦିକ ଙ୍କ ଧାରଣା , ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଅର୍ଗସ୍ ପ୍ରତିନିଧି ପୂର୍ଣ ଚନ୍ଦ୍ର ଟାକ୍ରି ଙ୍କୁ ଛତିଶଗଡ ରାଜ୍ୟ ଆମଲିପଦର ପୋଲିସ ଲାତ ଗୋଇଠା ମାରିବା ସହ ଫାଇରିଙ୍ଗ ର ଧମକ ଦେଇ ତାଙ୍କ ଠାରୁ ବୁମ ଏବଂ ଦୁଇଟି ମୋବାଇଲ ଫୋନ ଛଡାଇ ନେବା ନେଇ ଗତ କାଲି ସାମ୍ବାଦିକ ଜଣକ ଚନ୍ଦାହାଣ୍ଡି ଥାନା ରେ ଛତିଶଗଡ ପୋଲିସ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ଘଟଣା କୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ଏତଲାକାରି ଙ୍କୁ ଏପର୍ଯ୍ୟନ୍ତ ଏଫ ଆଇ ଆର କପି ପ୍ରଦାନ କରୁନାହାନ୍ତି। ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ସମୂହ ଚନ୍ଦାହାଣ୍ଡି ଥାନା ସମ୍ମୁଖରେ ଧାରଣା ରେ ବସିଛନ୍ତି । ସୂଚନା ମୁତାବିକ ଓଡିଶା ଏବଂ ଛତିଶଗଡ଼ ସୀମାନ୍ତ କୋଇଲିମୁଣ୍ଡା ଠାରେ ଥିବା ଏକ ଢ଼ାବା କୁ ରବିବାର ଦିନ ୧୨ ଘଣ୍ଟା ସମୟ ରେ ଛତିଶଗଡ଼ ରାଜ୍ୟ ଅମଲିପଦର ଥାନା ର ୭ ଜଣ ପୋଲିସ ଢ଼ାବା କୁ ଆଶି ଢ଼ାବା ମାଲିକ କୁ ଧମକ ଚମକ ଦେବା ଖବର ପାଇ ସାମ୍ବାଦିକ ପୁର୍ଣଚନ୍ଦ୍ର ଟାକ୍ରୀ ଖବର ସଂଗ୍ରହ ପାଇଁ ସୁରଜ ବଗର୍ତ୍ତୀ ନାମକ ଜଣେ ଯୁବକ ସହ ସେଠାକୁ ଯାଇ ନିଜ ମୋବାଇଲ ରେ ଫୋଟୋ ଉତୋଳନ କରୁ ଥିବା ନେଇ ଛତିଶଗଡ ପୋଲିସ ତାଙ୍କୁ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରି ତାଙ୍କ ଠାରୁ ବୁମ, 2 ଟି ମୋବାଇଲ ଫୋନ ଛଡାଇ ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀ କୁ ଗାଡି ରେ ବସାଇ ଅମଲିପଦର ଥାନା କୁ ନେଇ ଥିଲେ l ତେବେ ଗତକାଲି ରାତିରେ ରେ ସୁରଜ କୁ ଛାଡିଦେଇଥିଲେ । ଦୁଇ ଦିନ ପରେ ମଧ୍ୟ ପୋଲିସ କାହିଁକି ଏତଲା ପଞ୍ଜିକରଣ କରି ନାହିଁ ତାକୁ ନେଇ ବିଭିନ୍ନ ମହାଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି !

Leave A Reply

Your email address will not be published.