ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ : ୨ ଗିରଫ

0 63

ଭୁବନେଶ୍ୱର,: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ ପ୍ରସଙ୍ଗରେ, ସୋମବାର ରକି ଟାଟୁ ଷ୍ଟୁଡିଓର ମାଲିକଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି । ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁ ତିଆରି କରିବା ମାମଲାରେ ରକି ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଷୋୟୀଙ୍କୁ ସହିଦ ନଗର ପୁଲିସ ଗିରଫ କରିଛି । ଏହାସହ ଟାଟୁ ଆଙ୍କିଥିବା ଆର୍ଟିଷ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ଟାଟୁର ଫଟୋ ସେୟାର ହେବା ପରେ କିଛି ଧାର୍ମିକ ସଂଗଠନ ସହିଦ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରି ମାମଲା ରୁଜୁ କରିଥିଲେ । ଜନସାଧାରଣଙ୍କ ବିରୋଧ ପରେ, ରକି ଷ୍ଟୁଡିଓର ମାଲିକ ରକି ରଞ୍ଜନ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ପରେ ସହିଦ ନଗର ପୁଲିସ ତାଙ୍କୁ ଗିରଫ କରିଥିଲା । ବିଏନଏସ ଧାରା ୨୯୯ ଏବଂ ବିଏନଏସ ଧାରା ୧୯୬ଅନୁଯାୟୀ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏହି ଗିରଫଦାରୀ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.