ପ୍ରେମ ରେ ଧୋକା ଦେଇ ଥିବା ଯୁବକ କୁ ଉଠାଇ ନେଲା ଛାତିଶଗଡ଼ ପୋଲିସ

0 95

ଚନ୍ଦାହାଣ୍ଡି :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ନୂଆପଡା ଗ୍ରାମର l କାମିନୀ ରଞ୍ଜନ ପାଣ୍ଡେ (35) ନାମକ ବିବାହିତ 3 ସନ୍ତାନ ର ଜନକ ଯୁବକ କୁ ପ୍ରେମରେ ପ୍ରତାରଣ କରି ଥିବା l ଅଭିଯୋଗ ଉଠାଇ ନେଲା ଛତିଶଗଡ଼ ପୋଲିସ l ଗିରଫ ଯୁବକ କାମିନୀ ରଞ୍ଜନ ପାଣ୍ଡେ ଦୀର୍ଘ ଦିନ ରୁ ଫେରାର ହୋଇ ଥିବା ନେଇ ଛତିଶଗଡ଼ ବୋଲୋଦା ଜିଲ୍ଲା ହାତବନ୍ଦ ଥାନା ତଦନ୍ତ ଅଧିକାରୀ ଏ ଏସ ଆଇ ହରି ସୋନା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ସେଠାରେ ଯୁବକ କୁ ଅଧିକା ପଚରା ଉଚୁରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି l ଜଣେ ବିବାହିତ ଯୁବକ ର ଏତାଦୃଶ୍ୟ କାର୍ଯ୍ୟ କୁ ବିଭିନ୍ନ ମହଲ ରେ ନିନ୍ଧା କରାଯାଇଛି l ଛତିଶଗଡ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ l ନୂଆପଡା ଗ୍ରାମର ଯୁବକ କାମେନୀ ରଞ୍ଜନ l ବର୍ଷକ ତଳେ କୋଣସି କାମରେ ରାଇପୁର ଯାଇଥିଲା l ସେଠାରେ ବଲୋଦା ଜିଲ୍ଲା ଦେଓନ୍ଧି ଗ୍ରାମର ଦେହାତୀ ୟାଦବ ନାମ୍ନୀ ଜଣେ ଘରୋଇ ହସ୍ପିଟାଲ ରେ କାର୍ଯ୍ୟରତ ଏ ଏନ ଏମ ସହ ସମ୍ପର୍ସ ରେ ଆସି l ନିଜକୁ ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀ ର ପରିଚୟ ଦେବା ସହ ଅବିବାହିତ ଦର୍ଶାଇ l ପ୍ରେମସମ୍ପର୍କ ସ୍ଥାପନ ହୋଇ ଥିଲା l ପର ବର୍ତ୍ତୀ ମୁହୂର୍ତ୍ତ ରେ ଯୁବତୀ ଜଣକ କାମେନୀ କୌଣସି ସରକାରୀ ଅଧିକାରୀ ହୋଇ ନ ଥିବା ସହ ସେ ଜଣେ ବିବାହିତ ଏବଂ 3 ସନ୍ତାନ ର ଜନକ ଜାଣି l. ବଲୋଦା ଜିଲ୍ଲା ହାତବନ୍ଦ ଥାନା ରେ ଲିଖିତ ଅଭିଯୋଗ ଦେବା ପରେ l ପୋଲିସ ଥାନା କେସ ନଂ 194/24 ରେ ଏକ ମମଲା ରୁଜ୍ଜୁ କରି l ତଦନ୍ତ କାରୀ ଅଫିସର ଏ ଏସ ଆଇ ହରି ସୋନା ଙ୍କ ସହ ଏକ ପୋଲିସ ଟିମ ନୂଆପଡା ଗାଁ କୁ ଆସି କାମେନୀ କୁ ଗିରଫ କରିବା କୁ ବିଫଳ ହୋଇ ଫେରି ଯାଇ ଥିଲେ l ଆଜି ଚନ୍ଦାହାଣ୍ଡି ଥାନା କୁ ଛତିଶଗଡ଼ ର ଏକ ପୋଲିସ ଟିମ ଆସି l ଚନ୍ଦାହାଣ୍ଡି ପୋଲିସ ସହାୟତା ରେ କାମେନୀ କୁ ଚନ୍ଦାହାଣ୍ଡି ରେ ବୁଲୁ ଥିବା ସମୟ ରେ ଗିରଫ କରି ଚନ୍ଦାହାଣ୍ଡି ଥାନା କୁ ଆଣି ଅଟକ ରଖି ଚନ୍ଦାହାଣ୍ଡି ପୋଲିସ କୁ ସବିଶେଷ ତଥ୍ୟ ପ୍ରଦାନ କରି l ସାଙ୍ଗରେ ଛତିଶଗଡ଼ ଥାନା କୁ ନେଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ସୂତ୍ର ରୁ ଜଣାଯାଇଛି l

Leave A Reply

Your email address will not be published.