ନୂଆଦିଲ୍ଲୀ,: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବିସିସିଆଇ ମେ’ ୯ ରେ ଆଇପିଏଲକୁ ୧ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା । ମେ’ ୮ ରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ମଝିରୁ ବନ୍ଦ ହୋଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ସହମତି ପରେ ବିସିସିଆଇ ବାକି ମ୍ୟାଚ୍ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ଘୋଷଣା
କରିଛି । ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଲିଗ୍ ମେ’ ୧୭ରୁ ପୁଣି ଆରମ୍ଭ ହେବ । ମୋଟ ୧୭ ମ୍ୟାଚ୍ ୬ଟି ସ୍ଥାନରେ ଖେଳାଯିବ । ଏହା ବ୍ୟତୀତ ଜୁନ୍ ୩ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକୁ ୬ଟି ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ ଏବଂ ଜୟପୁରରେ ବାକି ମ୍ୟାଚ୍ ହେବ । ବାକି ଲିଗ୍ ମ୍ୟାଚ୍ ମେ ୧୭ରୁ ମେ’ ୨୫ ପର୍ଯ୍ୟନ୍ତ ଖେଳାଯିବ । ଏଥିମଧ୍ୟରୁ ୨ଟି
ଡବଲ୍ ହେଡର ମ୍ୟାଚ୍ ଅନୁଷ୍ଠିତ ହେବ । ଏହା ବ୍ୟତୀତ ପ୍ଲେଅଫ୍ ମ୍ୟାଚ୍ ମେ’ ୨୯ରୁ ଆରମ୍ଭ ହେବ ଏବଂ ଫାଇନାଲ୍
ମ୍ୟାଚ୍ ଜୁନ୍ ୩ରେ ଖେଳାଯିବ । କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ପ୍ଲେଅଫ୍ ମ୍ୟାଚ୍ ପାଇଁ ସ୍ଥାନ ସ୍ଥିର କରିନାହିଁ । ଏହା ପରେ
ଘୋଷଣା କରାଯିବ । ମେ ୨୭ ତାରିଖ ସିଜିନର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହା ପରେ ପ୍ରଥମ କ୍ୱାଲିଫାୟର ମେ ୨୯ ତାରିଖ ଖେଳାଯିବ । ଏଲିମିନେଟର ମ୍ୟାଚ୍ ମେ ୩୦ ତାରିଖ ଓ ଦ୍ୱିତୀୟ କ୍ୱାଲିଫାୟର ଜୁନ ୧ ତାରିଖ ଖେଳାଯିବ । ଜୁନ ୩ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।