ଏଭଳି ଭୁଲ ବରଦାସ୍ତ କରାଯିବନି: ପ୍ରୀତି ଜିଣ୍ଟା

0 108

ନୂଆଦିଲ୍ଲୀ, : ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ । ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ ତାହା ଠିକ୍‌ ନୁହେଁ । ପଞ୍ଜାବ ଇନିଂସର ୧୫ତମ ଓଭରରେ ଘଟିଥିବା ଏକ ଘଟଣା ଏହା ପଛରେ ରହିଛି । ୧୫ ଓଭରର ୫ମ ବଲରେ ଦିଲ୍ଲୀ କ୍ୟାପିଟାଲକୁ ବୋଲର ମୋହିତ ଶର୍ମାଙ୍କ ବଲରେ ପଞ୍ଜାବ ବ୍ୟାଟ୍ସମ୍ୟାନ ଶଶାଙ୍କ ସିଂ ବଡ଼ ଶଟ୍ ଖେଳିବାକୁ ଚାହିଁଥିଲେ । ଏହା ଛକା ହେବ ବୋଲି ଆଶା କରାଯାଉଥିଲା । ହେଲେ କରନ ନାୟାର ରୋକିବାକୁ ଚେଷ୍ଟା କରିଥିଲେ । ଏସବୁରେ ତାଙ୍କ ଗୋଡ଼ କିନ୍ତୁ ବାଉଣ୍ଟ୍ରି ଲାଇନକୁ ଛୁଇଁ ଦେଇଥିଲା । କରନ୍ ଏହାକୁ ଛକା କହିଥିଲେ ହେଁ ମାମଲା ଥାର୍ଡ ଅମ୍ପାୟାର ନିକଟରେ ପହଞ୍ଚିଥିଲା । ପରେ ଅମ୍ପାୟାର ଏହା ଛକା ନୁହେଁ ବୋଲି କହିଥିଲେ । ଫଳରେ ପଞ୍ଜାବକୁ ୬ ବଦଳରେ ୧ ରନ୍‌ ମିଳିଥିଲା । ପଞ୍ଜାବ ସହ ହୋଇଥିବା ଅନ୍ୟାୟକୁ ନେଇ ପ୍ରୀତି ଜିଣ୍ଟା ମ୍ୟାଚ୍ ପରେ ହଙ୍ଗାମା କରିଥିଲେ । ଏଭଳି ଭୁଲ ପାଇଁ ଆଇପିଏଲରେ କୌଣସି ସ୍ଥାନ ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ । ନିଜର ଏକ୍ସରେ ସେ ଲେଖିଛନ୍ତି, ଆଇପିଏଲ୍ ଭଳି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ, ଏତେ ସବୁ ଟେକ୍ନୋଲୋଜି ଥିବା ସତ୍ତ୍ୱେ ଥାର୍ଡ ଅମ୍ପାୟାର ଏତେ ବଡ଼ ଭୁଲ କରିବାକୁ ବରଦାସ୍ତ କରାଯିବ ନାହିଁ । ଏଭଳି ହେବା ଉଚିତ ନୁହେଁ । ଖେଳ ଶେଷ ହେବା ପରେ କରନ ତାଙ୍କୁ ଛକା ହୋଇଥିବା ସ୍ପଷ୍ଟ କରିଥିବା ସେ କହିଥିଲେ । କହିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ମୁକାବିଲା ଜିତି ନେଇଥିଲା । ଥାର୍ଡ ଅମ୍ପାୟାର ଭୁଲ କରି ନ ଥିଲେ ପଞ୍ଜାବର ବିଜୟ ସମ୍ଭାବନା ଏହି ମ୍ୟାଚରେ ଅଧିକ ଥିଲା । ହେଲେ ଥାର୍ଡ ଅମ୍ପାୟାରର ଗୋଟିଏ ନିଷ୍ପତ୍ତି ଯୋଗୁ ପଞ୍ଜାବ ଟପ୍ ୨ରେ ପହଞ୍ଚିବ କି ନାହିଁ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

Leave A Reply

Your email address will not be published.