ନୂଆଦିଲ୍ଲୀ, : ଭାରତର ୱିକେଟକିପର-ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି । ଆଇପିଏଲ ୨୦୨୫ର ମଧ୍ୟରେ ରାହୁଲଙ୍କ ଘରେ କୁଆଁ କୁଆଁ ଗୁଞ୍ଜରିତ ହୋଇଛି । ସୋମବାର ରାହୁଲଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରାହୁଲ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଆଥିୟା ମଧ୍ୟ କନ୍ୟା ସନ୍ତାନର ଜନ୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି । ରାହୁଲ ବର୍ତ୍ତମାନ ବିଶାଖାପାଟ୍ଟନମରେ ଆଇପିଏଲର ୧୮ତମ ସିଜନ ପାଇଁ ଦିଲ୍ଲୀ କ୍ୟାପିଟଲ୍ସ (ଡିସି) ସହ ଯୋଡ଼ି ହୋଇଛନ୍ତି, କିନ୍ତୁ ରବିବାର ରାତିରେ ହଠାତ ମୁମ୍ୱାଇ ଫେରି ଆସିଥିଲେ । ରାହୁଲ ଓ ଆଥିୟା ମୁମ୍ୱାଇରେ ରହୁଛନ୍ତି । ଆଥିୟା ଅଭିନେତା ସୁନୀଲ ଶେଟ୍ଟୀଙ୍କର ଝିଅ । ଉଲ୍ଲେଖନୀୟ ଯେ, ରାହୁଲ ଓ ଆଥିୟା ପାଖାପାଖି ୩ବର୍ଷ ଯାଏ ପରସ୍ପରକୁ ଡେଟ୍ କରିବା ପରେ ୨୩ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ । ଉଭୟ ବିବାହ ପରେ ବର୍ଷକ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି । ରାହୁଲ ଓ ଆଥିୟା ଶେଟ୍ଟୀ ନଭେମ୍ୱର ୨୦୨୪ରେ ଗୁଡ୍ ନ୍ୟୁଜତ ସୂଚନା ଦେଇ ଥିଲେ । ଏବେ ଦୁହିଁଙ୍କ ଘରେ ଖୁସିର ମାହୋଲ ଆସିବା ପରେ ଶୁଭେଚ୍ଛାର ସୁଅ ଛୁଟିଛି । ଜଣେ ୟୁଜର କମେଣ୍ଟ କରିଛନ୍ତି, କେଏଲ ରାହୁଲ ଭାଇ ଓ ଆଥିୟା ଶେଟ୍ଟୀ ଭାଉଜ, ଆପଣ ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଉ ଜଣେ କହିଛନ୍ତି, ଶୁଭେଚ୍ଛା । ଆପଣଙ୍କୁ ଦେବୀଙ୍କର ବରଦାନ ମିଳିଛି । ନିଜ ପରିବାର ସହ ବିତାନ୍ତୁ, ଏହି ସୁନ୍ଦର ମୁହୂର୍ତ୍ତ । ଆମେ ଏବେ ଆପଣଙ୍କୁ ମୈଦାନକୁ ଫେରିବାର ପ୍ରତୀକ୍ଷା କରିବୁ ।