ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ବୃନ୍ଦାବନରେ ବିରାଟ

0 69

ନୂଆଦିଲ୍ଲୀ, : ଟେଷ୍ଟ କ୍ରିକେଟରୁ ଅବସର ନେବାର ଗୋଟିଏ ଦିନ ପରେ ସର୍ବପ୍ରଥମେ ବୃନ୍ଦାବନରେ ପହଞ୍ଚିଛନ୍ତି ବିରାଟ
କୋହଲି । ସାଥୀରେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା\ ମଧ୍ୟ ରହିଛନ୍ତି । ତୃତୀୟ ଥର ପାଇଁ ପ୍ରେମାନନ୍ଦ ମହାରାଜାଙ୍କ ଶରଣରେ ବିରୁଷ୍କା । ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିବା ପରେ ବିରାଟ ଓ ଅନୁଷ୍କା ହାତ ଯୋଡ଼ି ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ଏହି ସମୟରେ ପ୍ରେମାନନ୍ଦ ମହାରାଜ ତାଙ୍କୁ ପ·ରିଥିଲେ, ପ୍ରଶନ୍ନ ହୋ? ବିରୁଷ୍କା
ପ୍ରେମାନନ୍ଦ ମହାରାଜାଙ୍କୁ ସାକ୍ଷାତ କରିଥିବା ସମୟର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ବିରାଟ କୋହଲି । ୨୦୧୧ରେ ଟେଷ୍ଟରେ ପଦାର୍ପଣ କରିଥିଲେ କୋହଲି । ବିରାଟ କୋହଲି ୧୪ବର୍ଷର ଟେଷ୍ଟ କ୍ୟାରିୟର ମଧ୍ୟରେ ୧୨୩ଟି ଟେଷ୍ଟ ଖେଳି ୪୬.୮୫ ହାରରେ ୯୨୩୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ରହିଛି । ସେ ୬୮ଟି ଟେଷ୍ଟରେ
ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଓ ଏଥିରୁ ଦଳକୁ ୪୦ଟି ମ୍ୟାଚ୍ ଜିତାଇଛନ୍ତି । ୨୦୧୯ରେ ଦକ୍ଷିଣ ଆଫ୍ରିକା (ପୁନେ ଟେଷ୍ଟ) ବିପକ୍ଷରେ କୋହଲି ଅପରାଜିତ ୨୫୪ରନର ଇନିଂସ ଖେଳିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବ ବୃହତ ଇନିଂସ ରହିଥିଲା ।

Leave A Reply

Your email address will not be published.