ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ପରିବର୍ତ୍ତନ

0 74

ନୂଆଦିଲ୍ଲୀ, : ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲରେ
ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ବୁଧବାର ହେବାକୁଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ଖେଳାଳି । ପହଲଗାମ ଭୟଙ୍କର ଆକ୍ରମଣ ପରେ ବିସିସିଆଇ ସୋସିଆଲ ମଡିଆ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଏହା ସହିତ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ପ୍ଲେୟାର । ଏହା ସହିତ
ଚିୟରଗର୍ଲ ଓ ବାଣ ଫୁଟାଇବା ପରେ ବ୍ୟାନ ହୋଇଛି । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏପରି ନିଷ୍ପତ୍ତି
ନେଇଛି ବିସିସିଆଇ । ତେବେ ଜମ୍ମୁ କାଶ୍ମୀରର ପହଲଗାମରେ ଥିବା ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ମଙ୍ଗଳବାର ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ସେନା ପୋଷାକ ପିନ୍ଧି ଧର୍ମ ପ·ରିଥିଲେ ଆଉ ତାହା ପରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ରାକ୍ଷସ । ଏଥିରେ ୨୮ ଜଣଙ୍କର ମୃତୁ୍ୟ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେପଟେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.