ନୂଆଦିଲ୍ଲୀ, : ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା । ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି । ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି । ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍ । ଅଭିନେତ୍ରୀ ଶିଳ୍ପା ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ ସେ କରୋନା ଦ୍ୱାରା ଆକ୍ରାନ୍ତ ବୋଲି । ସେ କୋଭିଡ୍ -୧୯ ପରୀକ୍ଷା କରି ପଜିଟିଭ୍ ଅଛନ୍ତି ବୋଲି ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶିଳ୍ପା ଏକ ନୋଟ୍ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, ନମସ୍କାର ! ମୋର କୋଭିଡ୍ ପଜିଟିଭ୍ ପରୀକ୍ଷା ହୋଇଛି ଓ ମୁଁ
ପଜିଟିଭ୍ ଚିହ୍ନଟ ହୋଇଛି । ସୁରକ୍ଷିତ ରୁହନ୍ତୁ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ! – ଶିଳ୍ପା ସିରୋଡକର । କ୍ୟାପସନରେ ସେ ଲେଖିଛନ୍ତି, ସୁରକ୍ଷିତ ରୁହନ୍ତୁ । ପ୍ରଶଂସକମାନେ ଶିଳ୍ପା ସିରୋଡକରଙ୍କ ଶୀଘ୍ର ଆରୋଗ୍ୟ କାମନା କରି କମେଣ୍ଟ କରିଛନ୍ତି । ଅନେକ ତାଙ୍କୁ ସଚେତନତା ପ୍ରସାର କରିଥିବା ପାଇଁ ଧନ୍ୟବାଦ ଦେଇଛନ୍ତି ଏବଂ ଅନ୍ୟମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସତର୍କ ରହିବାକୁ କହିଛନ୍ତି । ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, ଶୀଘ୍ର ସୁସ୍ଥ ହୁଅନ୍ତୁ । ଆଉ ଜଣେ
କହିଥିଲେ, ଶିଳ୍ପା ଜୀ, ନିଜର ଯତ୍ନ ନିଅନ୍ତୁ ।
ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର
Prev Post