ନୂଆଦିଲ୍ଲୀ,: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ । ସୌଗାତ-ଏମୋଦି ନାମରେ ନାମିତ, ଏହି ଉପହାରଗୁଡ଼ିକ ମସଜିଦମାନଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ । ଏଥି ପାଇଁ ୩୨,୦୦୦ଦଳୀୟ କର୍ମୀଙ୍କୁ ନିୟୋଜିତ କରାଯାଇଛି । ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଏହି ପ୍ରୟାସ ମୁମ୍ବାଇରୁ ଆରମ୍ଭ ହୋଇଛି । ନଭି ମୁମ୍ବାଇର ୨୦୦ ଆର୍ଥିକ ଦୁର୍ବଳ ପରିବାରଙ୍କୁ ‘ସୌଗାତ-ଏ-ମୋଦି\’ କିଟ୍ ପ୍ରଦାନ କରାଯାଇଥିଲା । ସେହିପରି ଦିଲ୍ଲୀରେ ସମାନ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ହଜରତ ନିଜାମୁଦ୍ଦିନର ଗାଲିବ ଏକାଡେମୀରେ ଅନୁଷ୍ଠିତ ହୋଇଥିଲା । ସୂତ୍ର ଅନୁସାରେ, ଉପହାର ପ୍ୟାକଗୁଡ଼ିକରେ ଖାଦ୍ୟ ସାମଗ୍ରୀ, ପୋଷାକ, ସିମେଇ, ଖଜୁର, ଶୁଖିଲା ଫଳ ଏବଂ ଚିନି ରହିଛି । ଏଥିରେ ମହିଳାଙ୍କ ପାଇଁ ସାଲୱାର-ସୁଟ୍ କପଡ଼ା ଏବଂ ପୁରୁଷମାନଙ୍କ ପାଇଁ କୁର୍ତ୍ତା- ପାଇଜାମା କପଡ଼ା ଅଛି । ଏକ କିଟର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦ରୁ ୬୦୦ ଟଙ୍କା ହେବ ବୋଲି ସୂତ୍ରରୁ ଜଣାପଡିଛି । ସୂତ୍ର
ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଏହିପରି ୧୦୦ଟି ଉପହାର ପ୍ୟାକ୍ ବଣ୍ଟନ କରାଯିବ । ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରତ୍ୟେକ ପଦାଧିକାରୀ ମସଜିଦ କମିଟି ସହାୟତାରେ ଏକ ମସଜିଦରୁ ୧୦୦ ଜଣ ଆର୍ଥିକ ଦୁର୍ବଳ ପରିବାରଙ୍କ ଚିହ୍ନଟ କରିବେ ଏବଂ ସେମାନଙ୍କୁ ଉପହାର ସ୍ୱରୂପ ସୌଗାତ-ଏ-ମୋଦି କିଟ୍ ପ୍ରଦାନ କରିବେ । ସୂତ୍ର ଅନୁସାରେ,
ଏହି ଅଭିଯାନକୁ ସମାଜର ବିଭିନ୍ନ ବର୍ଗରେ ବିଜେପିର ପହଞ୍ଚକୁ ବିସ୍ତାର କରିବା ସହିତ ଆର୍ଥିକ ଦୁର୍ବଳ ମୁସଲମାନ
ପରିବାରଙ୍କୁ ସହାୟତା କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି । ଏହି ପଦକ୍ଷେପକୁ ପ୍ରଶଂସା କରି ଅଲ୍
ଇଣ୍ଡିଆ ଇମାମ୍ ଆସୋସିଏସନର ମୌଲାନା ସାଜିଦ୍ ରସିଦ୍ କହିଛନ୍ତି ଯେ, ଏହା ବିଜେପି ପ୍ରତି ମୁସଲମାନମାନଙ୍କର
ଧାରଣାକୁ ପରିବର୍ତ୍ତନ କରିବାରେ ଏବଂ ତୁଷ୍ଟୀକରଣର ରାଜନୀତିରୁ ଦୂରେଇ ରହିବାରେ ସାହାଯ୍ୟ କରିବ ।
ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦି\’ ଯୋଜନା ଆରମ୍ଭ
Next Post