ଯବାନଙ୍କ ଗୁଳିରେ ଟଳିଲେ ୮ ନକ୍ସଲ

0 47

ବୋକାରୋ,: ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଲାଲପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ନକ୍ସଲ-ଯବାନ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୂଚନାନୁଯାୟୀ, ସୋମବାର ସକାଳେ ଝାଡ଼ଖଣ୍ଡ ଲାଲପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ସିଆରପିଏଫର ସ୍ୱତନ୍ତ୍ର ଜଙ୍ଗଲ ଯୁଦ୍ଧ ୟୁନିଟର କୋବ୍ରା କମାଣ୍ଡର ଏବଂ ଝାଡ଼ଖଣ୍ଡ ପୋଲିସ ମିଳିତ ଭାବରେ କମ୍‌ିଂ ଅପରେସନ ଚଳାଇଥିଲେ । ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଏହି ଏନକାଉଣ୍ଟରେ ୮ ଜଣ ନକ୍ସଲ ନିପାତ ହୋଇଛନ୍ତି । ନିହତ ନକ୍ସଲମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା ଘଟଣାସ୍ଥଳରୁ ଏକେ ସିରିଜ୍ ରାଇଫଲ୍‌, ତିନୋଟି ଆଇଏନ୍‌ଏସ୍‌ଏଏସ୍‌ ରାଇଫଲ୍‌, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ ଏସ୍‌ଏଲ୍‌ଆର୍‌), ଆଠଟି ଦେଶୀ ନିର୍ମିତ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଜବତ ହୋଇଛି । ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ନକ୍ସଲ ପ୍ରବଣ ରାଜ୍ୟ ଗୁଡ଼ିକରେ ସୁରକ୍ଷା ବାହିନୀ ଅପରେସନ ଜୋରଦାର୍ କରିଛି । ଏହି କ୍ରମରେ ପଡ଼ୋଶୀ ଛତିଶଗଡ଼ରେ ଚଳିତ ବର୍ଷ ୧୪୦ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି ।

Leave A Reply

Your email address will not be published.