ଅନନ୍ୟାଙ୍କ ଲାଇଫରେ କମବ୍ୟାକ୍ କରିବେ ଆଦିତ୍ୟ!

0 88

ମୁମ୍ବାଇ, : ଦୀର୍ଘ ଦୁଇବର୍ଷ ସଂପର୍କରେ ରହିବା ପରେ ବିଚ୍ଛେଦ ପଥରେ ଚାଲିଥିଲେ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କପୁର । ସଂପର୍କ ଭାଙ୍ଗିବାର କଷ୍ଟ କାଳେ ଅନନ୍ୟା ଅଧିକ ଭୋଗିଥିଲେ । ଗତ ବର୍ଷ ଦୁଇ ତାରକାଙ୍କ ବିଚ୍ଛେଦ ଖବର ପ୍ରକାଶ୍ୟକ ଆସିବା ମାତ୍ରେ ସେମାନଙ୍କ ପ୍ରଶଂସକମାନଙ୍କ ମନ ବି ଭାଙ୍ଗିଥିଲା । ଯଦିଓ ସେହି ବର୍ଷ ହିଁ ଅନନ୍ୟା ଆଉଜଣଙ୍କ ସହ ସଂପର୍କ ତିଆରି କରିଥିଲେ ବୋଲି ଶୁଣିବାକୁ ମିଳିଥିଲା । ମୁକେଶ ଅମ୍ବାନିଙ୍କ \”ବନତାରା\’ର ଜଣେ ବରିଷ୍ଠ କର୍ମୀ ୱାକର ବ୍ଲାଙ୍କୋଙ୍କୁ ମନ ଦେଇଥିଲେ ଅନନ୍ୟା । ଯେତେବେଳେ ବି ଅନନ୍ୟା କୌଣସି ଫଟୋ ପୋଷ୍ଟ କରୁଥିଲେ ବ୍ଲାଙ୍କୋ ମତାମତ ବିଭାଗରେ କିଛି ନା କିଛି ମନ୍ତବ୍ୟ ଲେଖୁଥିଲେ । ଅନନ୍ୟାଙ୍କ ଯେକୌଣସି ସାଫଲ୍ୟକୁ ସେ ପ୍ରକାଶ୍ୟରେ ଉଦଯାପନ କରୁଥିଲେ । ଏମିତିରେ ସବୁକିଛି ଠିକ୍‌ ଚାଲୁଥିଲା । କିନ୍ତୁ ହଠାତ ପ୍ରାକ୍ତନ ପ୍ରେମିକ
ଆଦିତ୍ୟ ରୟ କପୁରଙ୍କ ଆର୍ବିଭାବ! ପୁଣିଥରେ ସେ ଉଙ୍କି ମାରୁଛନ୍ତି ଅନନ୍ୟାଙ୍କ ଜୀବନରେ । ତେବେ କ\’ଣ ଅନନ୍ୟାଙ୍କୁ ସଂପୂର୍ଣ୍ଣ ଭୁଲି ପାରିନାହାନ୍ତି ଆଦିତ୍ୟ । ଶୁଣିବାକୁ ମିଳୁଛି, ସଂପର୍କ ଭାଙ୍ଗିବାର ନିଷ୍ପତ୍ତି ଆଦିତ୍ୟ ନେଇଥିଲେ । ଭଗ୍ନ ସଂପର୍କର ଦୁଃଖ ଭୁଲାଇବା ପାଇଁ ଅନନ୍ୟା ପରିବାର ଲୋକଙ୍କ ଗହଣରେ ଅଧିକ ସମୟ ବିତାଉଥିଲେ । କିନ୍ତୁ ଅନନ୍ୟା ପଛକଥା ଭୁଲି ଯେବେ ଆଗକୁ ବଢିବାର ନିଷ୍ପତ୍ତି ନେଉଛନ୍ତି, ସେହି ସମୟରେ ପ୍ରାକ୍ତନ ପ୍ରେମିକଙ୍କ ପୁନରାର୍ବିଭାବ । \”କେଶରି ଚାପ୍ଟର ୨\’ରେ ଅନନ୍ୟା ଅଭିନୟ କରିଛନ୍ତି । ନିକଟରେ ସେହି ଫିଲ୍ମରେ ଅନନ୍ୟାଙ୍କ ଚରିତ୍ରର ପ୍ରଥମ ଝଲକ ଦେଖିବାକୁ ମିଳିଛି । ସେହି ପୋଷ୍ଟରରେ ଆଦିତ୍ୟ କାଳେ ସର୍ବପ୍ରଥମେ ଲାଇକ୍‌ କରିଛନ୍ତି । ଏହି ବିଷୟରେ ନେଟିଜେନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ସହିତ ଅନନ୍ୟାଙ୍କ ଆଉ କେତୋଟି ଫଟୋରେ ଲାଇକ୍ ଏବଂ ହୃଦୟ ଚିହ୍ନ ଦେଇଛନ୍ତି ଆଦିତ୍ୟ । ନେଟିଜେନ୍‌ଙ୍କ ଅନୁମାନ ହୁଏତଆଦିତ୍ୟ ପୁଣି ଥରେ ଭଙ୍ଗା ସଂପର୍କକୁ ଯୋଡ଼ିବାର ଚେଷ୍ଟା କରୁଛନ୍ତି । ପୁଣି ଥରେ ସେମାନେ ଏକାଠି ହେବେ କି ନାହିଁ ତାହା ଆଗାମୀ ସମୟ କହିବ ।

Leave A Reply

Your email address will not be published.