ଅଭିଜିତଙ୍କୁ ଏଆର ରହମାନଙ୍କ ପାଲଟା ଜବାବ

0 54

ମୁମ୍ବାଇ, : ନିକଟରେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କ ବିରୋଧରେ ଲାଇଭ୍ ବାଦ୍ୟଯନ୍ତ୍ର ବ୍ୟବହାର କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସଙ୍ଗୀତ ନିର୍ମାଣ କରିବାର ଅଭିଯୋଗ ଆଣିଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ଯୋଗୁଁ ଅନେକ ସଂଗୀତକାର ବେକାର ବସିଛନ୍ତି । ଏଆର ରହମାନ ଏବେ ଏହାର ଜବାବ ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରହମାନ ସାଥୀ କଳାକାରମାନଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ ଆଣିଥିଲେ ଅଭିଜିତ । ଅଭିଜିତ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ରହମାନ ସଙ୍ଗୀତ ତିଆରି କରିବା ସମୟରେ ବାଦ୍ୟଯନ୍ତ୍ରକାରୀଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖନ୍ତି । ସେ ସଂଗୀତ ଶିଳ୍ପରେ ସାମ୍ପ୍ରତିକ ପରିବର୍ତ୍ତନ ପାଇଁ ରହମାନଙ୍କୁ ଦାୟୀ କରିଛନ୍ତି, ଯେଉଁଠିକି ସବୁକିଛି ଲାପଟପରେ କରାଯାଏ । ତେଣୁ ବାଦ୍ୟଯନ୍ତ୍ର ବଜାଉଥିବା କଳାକାରମାନେ ବେକାର ହୋଇଯାଉଛନ୍ତି । ଏଆର ରହମାନ ଏହି ଅଭିଯୋଗଗୁଡ଼ିକ ଉପରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି । ରହମାନ କରିଛନ୍ତି, \”ସବୁକିଛି ପାଇଁ ମୋତେ ଦୋଷୀ କରିବା ଭଲ ଲାଗେ । ମୁଁ ଏବେ ବି ଅଭିଜିତଙ୍କୁ ଭଲପାଏ ଏବଂ ମୁଁ ତାଙ୍କୁ କେକ୍ ପଠାଇବି । ଏହା ତାଙ୍କର ମତ ଏବଂ ନିଜ ମତାମତ ପ୍ରକାଶ କରିବାରେ କିଛି ଭୁଲ ନାହିଁ ।\’ ରହମାନ କହିଛନ୍ତି, \”ମୁଁ ନିକଟରେ ଦୁବାଇରେ ୬୦ ଜଣ ମହିଳାଙ୍କ ସହିତ ଏକ ଅର୍କେଷ୍ଟ୍ରା କରିଛି । ସେମାନଙ୍କୁ ପ୍ରତି ମାସରେ କାମ ଦିଆଯାଏ ଏବଂ ସେମାନଙ୍କୁ ବୀମା, ସ୍ୱାସ୍ଥ୍ୟ ଏବଂ ସବୁକିଛି ପ୍ରଦାନ କରାଯାଏ । ମୋର ପ୍ରତ୍ୟେକ ସିନେମା ତାହା \”ଛାଭା\’ ହେଉ କିମ୍ବା \”ପୋନିୟିନ୍ ସେଲଭାନ୍‌\’, ସୁବଥିରେ ପ୍ରାୟ ୨୦୦-୩୦୦ ସଂଗୀତକାର ସାମିଲ ହୋଇଥାନ୍ତି ଏବଂ କିଛି ଗୀତରେ ୧୦୦ରୁ ଅଧିକ ଲୋକ କାମ କରନ୍ତି । ମୁଁ ସେମାନଙ୍କ ସହିତ ଫଟୋ ପୋଷ୍ଟ କରେ ନାହିଁ, ତେଣୁ କେହି ଏ ବିଷୟରେ ଜାଣିପାରନ୍ତି ନାହିଁ ।\’ ଏଆର ରହମାନ କହିଛନ୍ତି ଯେ,  ସଙ୍ଗୀତରେ ସମନ୍ୱୟ ସୃଷ୍ଟି କରିବା ପାଇଁ କମ୍ପ୍ୟୁଟର ବ୍ୟବହାର କରାଯାଏ ।

Leave A Reply

Your email address will not be published.