ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

0 86

ମୁମ୍ବଇ, : ୬୦ ବର୍ଷୀୟ ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍‌ଙ୍କୁ ଡେଟ୍ କରୁଛନ୍ତି । ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ ପ୍ରେମିକାଙ୍କ ସହ ସମୟ ଅତିବାହିତ କରୁଥିବା ନଜର ଆସିଛନ୍ତି । ନିକଟରେ ମାତୃ ଦିବସ ଅବସରରେ ଆମିର ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀଙ୍କୁ ନିଜ ମାଆ ଜୀନତ ହୁସୈନଙ୍କ ସହ ଭେଟ କରାଇଛନ୍ତି । ଏହି ସମୟରେ ଆମିରଙ୍କ ଭଉଣୀ ନିଖତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମାଆ ଓ ଭଉଣୀଙ୍କ ସହ ଆମିର ଖାନଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍‌ଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ମଦର୍ସ ଡେ\’ ଅବସରରେ ସମସ୍ତେ ଏକାଠି ହସଖୁସି କରୁଥିବା ଦେଖିବାକୁ ମିଳିଛି । ଆମିରଙ୍କ ମାଆଙ୍କ ସହ ତାଙ୍କ ପ୍ରେମିକାଙ୍କୁ ଦେଖି ଏହା ସ୍ପଷ୍ଟ ହୋଇଛି ଯେ, ଗୌରୀଙ୍କ ସହ ଅଭିନେତାଙ୍କ ସମ୍ପର୍କକୁ ମାଆଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଏଠାରେ ସୂଚନାଯୋଗ୍ୟ, ଆମିରଙ୍କ ଭଉଣୀ ପୂର୍ବରୁ ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ମଞ୍ଜୁରୀ ଦେଇ ସାରିଛନ୍ତି । କିଛି ଦିନ ପୂର୍ବେ ଆମିର ତାଙ୍କ ପୁଅ ଜୁନୈଦ ଓ ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ନଜର ଆସିଥିଲେ । ଏଥିରୁ ସ୍ପଷ୍ଟ ଯେ, ଆମିରଙ୍କ ପୂରା ପରିବାର ତାଙ୍କର ଓ ଗୌରୀଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି ।

Leave A Reply

Your email address will not be published.