କମେଡିଆନ ଭାରତୀ ସିଂହ ସେୟାର କଲେ ନିଜ ଅବସର ପ୍ଲାନ

0 48

ମୁମ୍ୱାଇ,: କମେଡିଆନ୍‌ ଭାରତୀ ସିଂହ ଏହି ଇଣ୍ଡଷ୍ଟ୍ରୀରେ ୧୫ ବର୍ଷରୁ ଅଧିକ ସଂପୂର୍ଣ୍ଣ କରି ସାରିଛନ୍ତି । ଭାରତୀ ନିଜ କ୍ୟାରିୟରର ଆରମ୍ଭ \”ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ\’ରୁ କରିଛନ୍ତି, ଏହାପରେ ଆକ୍ଟିଂ ଓ ହୋଷ୍ଟିଂର ଦୁନିଆରେ ପାଦ ରଖିଥିଲେ ଏବଂ ଏବେ ପଡକାଷ୍ଟ ଓ ବ୍ଲଗରେ ଛାଇ ଯାଇଛନ୍ତି । ଭାରତୀ ନିଜର ସଦ୍ୟ ବ୍ଲଗରେ ନିଜର ରିଟାୟରମେଣ୍ଟ ପ୍ଲାନ ସେୟାର କରିଛନ୍ତି । ଭାରତୀ କହିଛନ୍ତି ଯେ ସେ ଏବେ କେବଳ ୮ରୁ ୧୦ ବର୍ଷ କାମ କରିବେ । ଭାରତୀ କହିଛନ୍ତି, ମୋତେ ଏମିତି କେବେ ଅନୁଭବ ହୋଇ ନାହିଁ ଯେ, ମୁଁ ଜଣେ ଝିଅ । ମୁଁ ସର୍ବଦା କାମ କରି ଚାଲିଛି, ଏଥିପାଇଁ ମୋତେ ସବୁବେଳେ ଅନୁଭବ ହେଉଛି ଯେ, ମୁଁ ଜଣେ ମହିଳା । ଏବେ ଝିଅ ଭଳି ଅନୁଭବ ବା ଫିଲିଂ କେଉଁଠୁ ଆଣିବି । ମୋତେ ଲାଗୁଛି ଯେ, ଯେତେବେଳେ ମୋର ପୁଅ ବଡ଼ ହେବ, ସେତେବେଳେ ସେ ମୋତେ ଫିଲ୍ କରାଇବ ଯେ, ମୁଁ ଜଣେ ଝିଅ ହିଁ ଅଟେ । ସେ ମୋତେ ଏବେ ବି ବହୁତ ସ୍ୱତନ୍ତ୍ର ଅନୁଭବ କରାଇ ଥାଏ । ମୁଁ ହର୍ଷଙ୍କୁ କହି ଦେଇଛି ଯେ ମୁଁ ଏବେ କାମ କରିବାକୁ ଚାହୁଁ ନାହିଁ । ଭାରତୀ ଆହୁରି କହିଛନ୍ତି, ମୁଁ ହର୍ଷଙ୍କୁ କହିଛି ଯେ, ମୁଁ ନିଜ ପୁଅ ସହ ବାହାରକୁ ଯିବାକୁ ଚାହୁଁଛି । ବୁଲିବାକୁ ଚାହୁଁଛି । ୮-୧୦ ବର୍ଷ ପରେ ମୁଁ କାମ ବନ୍ଦ କରିଦେବି । ମୁଁ ଓ ମୋ ପିଲା ଭିନ୍ନ ଭିନ୍ନ ଦେଶ ବୁଲିବୁ । ଏବେ ଗୋଲା ୩ବର୍ଷ ବୟସର, ଯେତେବେଳେ ୧୩ ବର୍ଷର ହୋଇଯିବ ସେତେବେଳେ । ହର୍ଷ ଏଠାରେ ପଡକାଷ୍ଟ କରିବେ ଏବଂ ଆମେ ସ୍ୱିଜରଲ୍ୟାଣ୍ଡରେ ବୁଲିବୁ ।

Leave A Reply

Your email address will not be published.