\”ଦ ଭୁତନୀ\’ ଟ୍ରେଲର ଲଞ୍ଚ: ଷ୍ଟାଇଲିଶ୍ ଲୁକରେ ନଜର ଆସିଲେ ସଞ୍ଜୟ ଦତ୍ତ

0 105

ମୁମ୍ବାଇ, : ବଲିଉଡ଼ର ଭେଟରାନ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ମୋନୀ ରାୟଙ୍କ ସହ ଫିଲ୍ମ \”ଦ ଭୁତନୀ\’ରେ ନଜର ଆସିବାକୁ ଅଛନ୍ତି । ଏହାର ଟ୍ରେଲର ଲଞ୍ଚ ହୋଇଛି । ଯାହାର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅଭିନେତା ବହୁତ ଷ୍ଟାଇଲିଶ ଲୁକରେ ନଜର ଆସିଛନ୍ତି । \”ଦ ଭୁତନୀ\’ର ପୂରା ଷ୍ଟାରକାଷ୍ଟ ଆଜି ମୁମ୍ବାଇରେ ଆୟୋଜିତ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ପହଞ୍ଚିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ଏହି ଫଟୋରେ ସଞ୍ଜୟ ଦତ୍ତ ନିଜ କୋଷ୍ଟାର୍ସଙ୍କ ସହ ଷ୍ଟେଜରେ ପୋଜ୍‌ ଦେଉଥିବା ନଜର ଆସିଛନ୍ତି । ଏହି ସମୟରେ ସମସ୍ତେ ଡ୍ୟାନ୍ସିଂ ଲୁକରେ ନଜର ଆସିଛନ୍ତି । ସେହିଭଳି ସଞ୍ଜୟ ଦତ୍ତ \”ଦ ଭୁତନୀ\’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଷ୍ଟାଇଲିଶ ଲୁକରେ ପହଞ୍ଚିଥିଲେ । ତାଙ୍କୁ ଏକ ଗ୍ରେ ସାର୍ଟ ସହ ମ୍ୟାଚିଂ ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଉଛନ୍ତି । ଛୋଟ ଚୁଟି ସହ ଆଖିରେ ଚଷମା ଲଗାଇ ଅଭିନେତା ବହୁତ ସୁନ୍ଦର ଲାଗୁଥିଲେ । \”ଦ ଭୁତନୀ\’ର ହିରୋଇନ ମୋନୀ ରାୟ ଏହି ସମୟରେ ଟ୍ରାଡିଶନାଲ ଅବତାରରେ ଦେଖାଯାଉଛନ୍ତି । ଅଭିନେତ୍ରୀ ଧଳା ଶାଢୀ ପିନ୍ଧିଥିବା ନଜର ଆସୁଛନ୍ତି । ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ ମୋନୀ ରାୟଙ୍କ ବ୍ୟତୀତ ଅଭିନେତା ସନି ସିଂହ ବି ନଜର ଆସିବାରେ ଅଛନ୍ତି । ଯିଏ ଏହି ଇଭେଣ୍ଟରେ ଅଲ୍ ବ୍ଲାକରେ ପହଞ୍ଚିଛନ୍ତି । ସଞ୍ଜୟ ଦତ୍ତ ଷ୍ଟେଜରେ ଅଭିନେତା ସନୀ ସିଂହଙ୍କ ସହ କାନ୍ଧ ମିଳାଇ କେତେକ ପୋଜ୍‌ ଦେଇଥିଲେ । ଉଭୟଙ୍କ ଏହି ବଣ୍ଡିଂ ଫ୍ୟାନ୍ସ ବହୁ ପସନ୍ଦ କରୁଛନ୍ତି । ପ୍ରକାଶ ଯେ, ସଞ୍ଜୟ, ମୋନୀ ଏବଂ ସନୀ ସିଂହଙ୍କ ଫିଲ୍ମ \”ଦ ଭୁତନୀ\’ ୧୮ଏପ୍ରିଲରେ ଥିଏଟର୍ସରେ ରିଲିଜ
ହେବ । ଏହା ଏକ ହରର ଫିଲ୍ମ ଅଟେ ।

Leave A Reply

Your email address will not be published.