ମୁମ୍ବାଇ, : ଅନେକ ଷ୍ଟାର ୨୦୨୫ ମସିହାରେ ସେମାନଙ୍କର ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ଗୋଟିଏ ପଟେ ଆମିର ଖାନଙ୍କ ପୁଅ ଜୁନୈଦ ଖାନ ଡେବ୍ୟୁ କରିଛନ୍ତି । ଏହା ସହିତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଡେବ୍ୟୁ କରିଛନ୍ତି । ଏବେ ଛୋଟ ନବାବଙ୍କ ପାଳିୟ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ ଏବେ ପ୍ରଶଂସକମାନଙ୍କୁ ତାଙ୍କର ବଲିଉଡ ଡେବ୍ୟୁ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିବ । କିନ୍ତୁ ତାଙ୍କର ଓଟିଟଇ ଡେବ୍ୟୁ ପାଇଁ ଅଧିକ ସମୟ ବାକି ନାହିଁ । ଅଭିନେତାଙ୍କ ଫିଲ୍ମ ନାଦାନିୟାଁ କେବେ ରିଲିଜ୍ ହେବ ସେ ବିଷୟରେ ଏକ ସଦ୍ୟତମ ଅପଡେଟ୍ ପ୍ରକାଶ ପାଇଛି । ଫିଲ୍ମ ନାଦାନିୟାଁ ନେଇ ର୍ନିମାତାମାନେ ନିକଟରେ ପ୍ରକାଶ କରିଥିଲେ ଯେ, ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ । ତଥାପି, ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏବେ ର୍ନିମାତାମାନେ ପ୍ରଶଂସକମାନଙ୍କୁ ଏକ ବଡ଼ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି । ଇବ୍ରାହିମ୍ ଅଲ୍ଲୀ ଖାନଙ୍କ ଏହି ଫିଲ୍ମ ୨୦୨୫ ଫେବ୍ରୁଆରି ମାସରେ ହିଁ ଷ୍ଟ୍ରିମ୍ ହେବାକୁ ପ୍ରସ୍ତୁତ ହୋଇ ରହିଛି । ଫିଲ୍ମର ରିଲିଜ୍ ତାରିଖ କେବେ ସେନେଇ ଏପର୍ଯ୍ୟନ୍ତ କୁହାଯାଇ ନାହିଁୟ କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ଅପଡେଟ୍ ଯେ, ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ନେଟଫ୍ଲିକ୍ସ ଏହାର ନୂତନ ଭିଡିଓରେ ଫେବ୍ରୁଆରି ମାସର ବାକି ଦିନଗୁଡ଼ିକର
ଓଟିଟଇ ରିଲିଜ୍ ବିଷୟରେ ସୂଚନା ଦେଇଛି । ଏଥିରେ ନାଦାନିୟାଁର ନାମ ମଧ୍ୟ ସାମିଲ ଅଛି । ଏହା ସହିତ,
ଏହାର ରିଲିଜ୍ ତାରିଖ ପାଖରେ \’କମିଂ ସୁନ୍\’ ଲେଖାଯାଇଛି । ଏବେ, ଏହା କେତେ ଶୀଘ୍ର ଆସିବ ସେ ବିଷୟରେ ସସପେନ୍ସ ରହିଛି । ୨୦୨୫ ମସିହାରେ ମାତ୍ର ୨ ମାସ ମଧ୍ୟରେ ଖୁସି କପୁରଙ୍କର ଦୁଇଟି ଫିଲ୍ମ ମୁକ୍ତିଲାଭ କରିଛି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲଭୟାପା । ଏହି ଫିଲ୍ମରେ ସେ ଜୁନୈଦ ଖାନଙ୍କ ସହ ନଜର ଆସିଥିଲେୟ ତଥାପି, ଫିଲ୍ମଟି ଥିଏଟରରେ କିଛି ବିଶେଷ କମାଲ କରିବାରେ ସଫଳ ହୋଇ ନଥିଲା ।
ନେଟଫ୍ଲିକ୍ସରେ ଛୋଟେ ନବାବଙ୍କ ଡେବ୍ୟୁ
Next Post