ମୁମ୍ବାଇ, : ଖୁବଶୀଘ୍ର ନିଦେ୍ର୍ଦଶକ ଅନୁରାଗ ବାସୁଙ୍କ ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆରୟନ । କାର୍ତ୍ତିକ ଆଗାମୀ ଦିନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ । ତେବେ କାର୍ତ୍ତିକ
ପ୍ରାୟତଃ ତାଙ୍କ ଲାଭଲାଇଫକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କିଛିଦିନ ହେବ ତାଙ୍କ ନାମକୁ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହିତ ଯୋଡ଼ା ଯାଉଛି । ଦୁହେଁ ଏକାଠି ସିନେମା ” ଆଶିକି୨’ ପାଇଁ କାମ କରୁଛନ୍ତି । ଶ୍ରୀଲୀଲାଙ୍କ ସହିତ ନାମ ଯୋଡ଼ା ଯିବା ପ୍ରସଙ୍ଗରେ ମୁହଁ ଖୋଲି କାର୍ତ୍ତିକ କହିଛନ୍ତି, “ଆପଣମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ·ହିଁବିକି ମୁଁ ବର୍ତ୍ତମାନ
ସିଙ୍ଗଲ ଅଛି । କାହା ସହିତ ଡେଟିଂରେ ଯାଉନାହିଁ କି ଡେଟ କରୁନାହିଁ । ସମୟ ସହିତ ଏଭଳି ଗୁଜବ ଖବର ସହିତ
କିପରି ବଞ୍ଚିବାକୁ ହେବ ତାହା ଶଖିଗଲିଣି । ଏଭଳି ପରିସ୍ଥିତିରେ ନିଜକୁ ଖୁବ ସାବଧାନତା ସହିତ ଉପସ୍ଥାପିତ କରିବାକୁ ହେବ ବୋଲି ଜାଣିଗଲିଣି ।’କାର୍ତ୍ତିକଙ୍କ ଆଗାମୀ ସିନେମାର ନାମ “ତୁ ମେରି ମେ ତେରା, ମେ ତେରା ତୁ ମେରି’
ରହିଛି । ଏହି ସିନେମାରେ ତାଙ୍କ ସହିତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେୟ ଯାହାକୁ ୨୦୨୬ରେ
ରିଲିଜ କରିବାର ଯୋଜନା ରଖାଯାଇଛି । କିଛି ଦିନ ତଳେ ” ଆଶିକି-୨’ ଫିଲ୍ମର ଗୋଟେ ଝଲକ ଦର୍ଶକ ଦେଖିବାକୁ ପାଇଥିଲେ । ସେବେଠାରୁ କାର୍ତ୍ତିକ ଓ ଶ୍ରୀଲୀଲା ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ଫିଲ୍ମ ଆସିବା ପୂର୍ବରୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।