ମୁମ୍ୱାଇ, : ଆକ୍ସନ ଥ୍ରୀଲର ଫିଲ୍ମ “ସିକନ୍ଦର’ ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ସାରା ବିଶ୍ୱରେ ବକ୍ସ ଅଫିସରେ ୧୦୦
କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିବାରେ ସଫଳ ହୋଇଛି । ପ୍ରଥମ ଦିନର କଲେକ୍ସନ : ପ୍ରଡକ୍ସନ ହାଉସ୍ ଦ୍ୱାରା ଜାରି କରାଯାଇ ଥିବା ତଥ୍ୟ ମୁତାବିକ, ସିକନ୍ଦର ପ୍ରଥମ ଦିନ ଭାରତୀୟ ବକ୍ସ ଅଫିସରୁ ୩୫.୪୭ କୋଟି ଟଙ୍କା କଲେକ୍ସନ କରିଛି । ସେପଟେ ସାରା ବିଶ୍ୱରେ ବକ୍ସ ଅଫିସରୁ ଫିଲ୍ମ ୧୯.୨୫ କୋଟି ଟଙ୍କା ଆୟ କରିଛି । ଏହାର ଅର୍ଥ
ପ୍ରଥମ ଦିନ ଫିଲ୍ମଟି ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ମୋଟ ୫୪.୭୨ କୋଟି ଟଙ୍କା ଆୟ କରିଛି । ସେହିପରି ଦ୍ୱିତୀୟ ଦିନର କଥା ଯଦି କହିବା ତ ଫିଲ୍ମ ଭାରତୀୟ ବକ୍ସ ଅଫିସରୁ ୩୯.୩୭ କୋଟି ଟଙ୍କା ଓ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ୧୧.୮୦
କୋଟି ଟଙ୍କାର ବ୍ୟବସାୟ କରିଛି । ଏହିପରି ଦ୍ୱିତୀୟ ଦିନ ଫିଲ୍ମର ୫୧.୧୭ କୋଟି ଟଙ୍କାର ଆୟ କରିଛି । ସେପଟେ ଫିଲ୍ମର ମୋଟ କଲେକ୍ସନ ୧୦୫.୮୯ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ସଲମାନଙ୍କ ଫିଲ୍ମ ସିକନ୍ଦର ଭିକି କୌଶଳଙ୍କର ଫିଲ୍ମ ଛାବାର ରେକର୍ଡ ଭାଙ୍ଗି ଦେଇଛି । ସିକନ୍ଦର ଦୁଇ ଦିନରେ ୧୦୫.୮୯ କୋଟି ଟଙ୍କାର ଆୟ କରିଛି । ସେପଟେ ଅଫିସିଆଲି ତଥ୍ୟ ମୁତାବିକ, ଛାବା ଦୁଇ ଦିନରେ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ୧୦୦ କୋଟି ଟଙ୍କା ଆୟ କରିଥିଲା ।
ହେଲେ, ସାକ୍ନିଲ୍କର ଅନୁସାରେ, ଛାବା ଦୁଇ ଦିନରେ ଭାରତୀୟ ବକ୍ସ ଅଫିସରୁ ୫୫ କୋଟି ଟଙ୍କା (ପ୍ରଥମ ଦିନ -୨୬ କୋଟି ଓ ୨ୟ ଦିନ – ୨୯) କୋଟି ଓ ସାରା ବିଶ୍ୱର ବକ୍ସ ଅଫିସରୁ ୯୫.୭୫ କୋଟି ଟଙ୍କାର କଲେକ୍ସନ କରି ଥିଲା ।
ସଲମାନ ଖାନଙ୍କ “ସିକନ୍ଦର’ ଭାଙ୍ଗିଲା ଭିକି କୌଶଳଙ୍କ “ଛାବା’ର ରେକର୍ଡ
Prev Post