ମୁମ୍ୱାଇ, : ସଲମାନ ଖାନଙ୍କ ଫିଲ୍ମ \”ସିକନ୍ଦର\’ ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଦୁହିଁଙ୍କ ଅନସ୍କ୍ରିନ୍ ଯୋଡ଼ିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି । କିଛି ଲୋକଙ୍କୁ ଦୁହିଁଙ୍କ (ସଲମାନ ଓ ରଶ୍ମିକା)ର ବୟସର ବ୍ୟବଧ୍ୟାନ ପସନ୍ଦ ଆସୁ ନଥିବା ବେଳେ, ଆଉ କିଛି ଲୋକଙ୍କୁ ଏହି ନୂଆ ଅନସ୍କ୍ରିନ୍ ଯୋଡ଼ି ଖୁବ୍ ପସନ୍ଦ ଆସୁଛି । ଏବେ ଉଭୟ ପରସ୍ପର ସହ ଅନ ଓ ଅଫସ୍କ୍ରିନ୍ ସଂପର୍କକୁ ନେଇ କହିଛନ୍ତି । ସଲମାନ ମସ୍ତି କରିବା ସହ ଜୁମକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ସେ ରଶ୍ମିକାଙ୍କୁ ଜାଣି ନଥିଲେ । ସେ କହିଛନ୍ତି, ଆମେ ସିକନ୍ଦର ପାଇଁ ଏକ ଝିଅ ଖୋଜୁ ଥିଲୁ । ରଶ୍ମିକାଙ୍କ ରିଲ୍ସ ମୋର ସୋସିଆଲ ମିଡ଼ିଆରେ ପପ୍ଅପ୍ ହେଉ ଥିଲା । ମୁଁ ଭାବୁ ଥିଲି କି ଏହି ଝିଅ କିଏ । ମୁଁ ଆୟୁଷ ଶର୍ମାଙ୍କୁ କହିଲି ଯେ, ଏ ଫିଲ୍ମ ସିକନ୍ଦର ପାଇଁ ସଠିକ୍ କାଷ୍ଟ ହେବ । ସେ ମୋତେ ପଚାରିଲେ କି ଆପଣ କ’ଣ ତାଙ୍କୁ ଜାଣନ୍ତି, ଖୁବ୍ ଚାର୍ମିଂ ଗର୍ଲ । ଏହା ସେତେବେଳେ ସମ୍ଭବ ହେବ ଯେବେ ଆପଣ ୪୦ବର୍ଷରୁ ଇଣ୍ଡଷ୍ଟ୍ରୀରେ କାମ କରୁଥିବେ ଏବଂ ସେହି ଲେବଲରେ ଥିବେ । ସଲମାନ ଆହୁରି କହିଛନ୍ତି, ତାଙ୍କ ଲୁକକୁ ଦେଖି ମୁଁ ଭାବୁ ଥିଲି ଯେ, ଯଦି ସେ କେବେ ଆକ୍ଟିଂ କରିବ ବା କିଏ ତାଙ୍କୁ ଫିଲ୍ମ, ଓଟିଟି ବା ଟିଭିରେ ଅଫର କରିବ, ତ ସେ ମୋ ଠାରୁ ଶିଖୁଛନ୍ତି କ’ଣ କହିବେ । ଅନ୍ୟପଟେ ରଶ୍ମିକା ଫିଲ୍ମରେ କାମ କରିବାର ଏକ୍ସପେରିଏନ୍ସକୁ ନେଇ କହିଛନ୍ତି, ଏଥିରେ ଖୁବ୍ ଭଲ ପାଇବା, ଭୟ , ଦୁଃଖ ଓ ବିରକ୍ତି ଅଛି, ଯାହା ଫିଲ୍ମକୁ ଦରକାର । ଆପଣଙ୍କୁ ଜଣାଯିବ ଯେବେ ଆପଣ ଦେଖିବେ । ଫିଲ୍ମ କଥା ଯଦି କହିବା ତ ଏହା ୩୦ ମାର୍ଚ୍ଚରେ ରିଲିଜ ହେଉଛି ଏବଂ ଏହାକୁ ଏ ଆର୍ ମୁର୍ଗଦାସ ନିର୍ଦ୍ଦେଶନା ଦେଇଛନ୍ତି ।